ସମାଜସେବୀ ବୈଲୋଚନ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ଜଟେସିରା ଗ୍ରାମର ବୈଲୋଚନ ସାହୁଙ୍କ ଗୁରୁବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହେଉଥିଲା । ୨୮ ବର୍ଷର ଶିକ୍ଷକତା ପରେ ଅବସର ଗ୍ରହଣ କରି ସେ ନିଜକୁ ସମାଜସେବା ତଥା ପରୋପକାରରେ ନିୟୋଜିତ କରିଥିଲେ । ବରଗଡ଼ ଜିଲ୍ଲା ତୈଳିକ ସାହୁ ସମାଜର ଜିଲ୍ଲା ସଂପାଦକ ଭାବେ ଦୀର୍ଘ ସାତ ବର୍ଷ ହେବ ସୁଚାରୁରୂପେ ସେ କାର୍ୟ୍ୟ ସଂପାଦନ କରି ଆସୁଥିଲେ । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଜସ୍ୱ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ, ସ୍କୁଲ, ରାସ୍ତାଘାଟ ଏବଂ ନାମଯଜ୍ଞ ମଣ୍ତଳୀ ନିର୍ମାଣ ଆଦି ସଂପୂର୍ଣ୍ଣ ହୋଇଥିଲା । ଅନ୍ତିମ ସମୟରେ ତାଙ୍କର ଦୁଇ ପୁଅ, ତିନି ପୁତ୍ର ବଧୂ, ଝିଅ, ଜୋଇଁ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ । ବଡପୁଅ ଡା ଅଶୋକ ସାହୁ ମୁଖାଗ୍ନି ଦେଇ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.