
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାସାଧିକ ଦିନ ଧରି ସମାହିତ ହୋଇ ଆସୁଥିବା ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରାର ୨୯ ତମ ଦିବସର ଘଟଯାତ୍ରା ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ (ପୂର୍ବ) କମିଟି ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକ ପୃଷ୍ଠପୋଷକତା କରିଥିଲେ । ସେହିଦିନର ଘଟଯାତ୍ରା ଖୁବ୍ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସହ ସମାହିତ ହୋଇଥିଲା । ଠାକୁରାଣୀ ଯାତ୍ରା ଅବସରରେ ଦେବୀଙ୍କ ଅସ୍ଥାୟୀ ମଣ୍ଡପରେ ରଶ୍ମିରଞ୍ଜନ ବାବୁ ମା’ ରାମାୟାଣାମ୍ମାଙ୍କ ଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଭକ୍ତି ନୈବେଦ୍ୟ ଅର୍ପଣ କରି ବିଭୂ କୃପା ଲାଭ କରିଛନ୍ତି । ମଧ୍ୟାହ୍ନରେ ସହସ୍ରାଧିକ ଭକ୍ତ ଏବଂ ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ଦଳୀୟ ନେତା, କର୍ମୀମାନେ ଅନ୍ନ ପ୍ରସାଦରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରି କର୍ତ୍ତା ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ । ଏହି ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ କଂଗ୍ରେସ୍ କର୍ମୀ ଓ ନେତାମାନେ ସାମିଲ ହୋଇଥିଲେ । ପୁର୍ନବାର ଆଗମୀ ଦିନରେ କଂଗ୍ରେସ ପାର୍ଟିକୁ ମଜବୁତ୍ କରିବା ଲାଗି କଂଗ୍ରେସର ପ୍ରାର୍ଥୀତ୍ଵ ହାସଲ କରିବାକୁ ଉଦ୍ୟମ ଜାରି ରଖି ଦେବୀଙ୍କ ଠାରେ ମନାସୀ ଥିବା ଜଣାପଡ଼ିଛି । ସନ୍ଧ୍ୟାରେ ଅସ୍ଥାୟୀ ମଣ୍ଡପରେ ମା’ ରାମାୟଣାମ୍ମାଙ୍କ ସନ୍ଧ୍ୟା ଆରତୀ ଆନୁଷ୍ଠିତ ହୋଇଥିଲା । ଭକ୍ତଜନ ଖୁବ୍ ଦୁର୍ଲ୍ଲଭ ସନ୍ଧ୍ୟା ଆରତୀ ଦର୍ଶନ କରିଛନ୍ତି । ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ସମେତ ତାଙ୍କ ପରିବାର ବନ୍ଧୁ ପରିଜନ, ନେତା, କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହ ଜିଲ୍ଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ଛତ୍ରପୁର ପୌରପରିଷଦ ସଭାପତି କାଳିଆ ରାଉଳ, ଯାତ୍ରା କମିଟିର ମ୍ୟାନଜର ସିଏଚ. ଦୟାନନ୍ଦ ରେଡ୍ଡୀଙ୍କ ସମେତ ବହୁ ଜନସାମଗମ ହୋଇଥିଲା । ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ବୃନ୍ଦାବନ ଖଟେଇ, ଗୋକୁଳ ଚନ୍ଦ୍ର କର, ପବିର ସାବତ, ଯୋଗୀ ବେହେରା, ଶତ୍ରୁଘ୍ନ ବେହେରା, ଲିଙ୍ଗରାଜ ନାୟକ, କୁନି ନାୟକ, ସୁବ୍ରତ ସ୍ୱାଇଁ, ଅସିତ ଦଳାଇ, ପୂର୍ଣ୍ଣଚନ୍ଦ୍ର ଦାସ ଉଦୟ ପାତ୍ର, ଏନ୍. ଗୁରୁ ରେଡ୍ଡୀ, ନିରଞ୍ଜନ ସାହୁ, କ୍ରିଷ୍ଣା ରେଡ୍ଡୀ, ସୁଦାମ ପୁରୋହିତ ପ୍ରମୁଖ ଯୋଗଦେଇ ମା’ ରାମାୟଣାମ୍ମାଙ୍କ ଠାରେ କାମନା କରି ଭବ୍ୟ ସମାରୋହରେ ଦେବୀଙ୍କ ଠାରେ ଶୁଭ ଆର୍ଶୀବାଦ ବାଦ ଲାଭ କରିଥିଲେ ।