csstore

ଦୁଇଦିନ ହେଲା ଯୁବକଙ୍କ ପତ୍ତା ମିଳୁନି : ଥାନାରେ ଏତଲା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ନୁଆସାହିର ଜୈନକ ଯୁବକ ଦୁଇଦିନ ହେଲା ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଯୁବକଙ୍କ ନାମ ପରମେଶ୍ୱର ଧାରୁଆ(୩୫)ଓରଫ ମିଟୁ । ସୂଚନା ପ୍ରକାରେ ବୁଧବାର ଅପରାହ୍ନରେ ପରମେଶ୍ୱର ଘରେ କାହାକୁ ନଜଣାଇ କେଉଁଆଡେ ପଳାଇଛନ୍ତି, ପରିବାର ଲୋକେ ସାହି ପଡିଶା ନିକଟସ୍ଥ ଗାଁ ତଥା ଆଖପାଖ ବନ୍ଧୁ ବାନ୍ଧବ ଗାଁ ଗୁଡିକରେ ବହୁ ଖୋଜାଖୋଜି କରିବା ପରେ ବି କୌଣସି ସନ୍ଧାନ ମିଳିଲା ନାହିଁ । ଶେଷରେ ବାଧ୍ୟ ହୋଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ଏନେଇ ତଦନ୍ତ ଜାରି କରିଛି । ପରମେଶ୍ୱର ଘରୁ ଗଲାବେଳେ ମାଟିଆ ରଙ୍ଗର ହାପପ୍ୟାଣ୍ଟ ଓ ଧୂସର ରଙ୍ଗର ଗଞ୍ଜି ପିନ୍ଧିଥିଲେ, ତାଙ୍କ ମୁହଁର ଡାହାଣ ପାର୍ଶ୍ୱରେ ଏକ କଳା ଜାଇମନ୍ଦା ଚି଼ହ୍ନ ରହିଛି । ଯେ କୌଣସି ସୁହୃଦୟ ବ୍ୟକ୍ତି ଉକ୍ତ ଯୁବକଙ୍କ ସନ୍ଧାନ ପାଇଲେ ନିକଟସ୍ଥ ଥାନାରେ ଖବର ଦେବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.