jayashree

ଦଶମ ଶ୍ରେଣୀ ପରୀକ୍ଷାରେ ଏ-୧ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଓଷ୍ଟା ତରଫରୁ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଉତ୍ତୀର୍ଣ୍ଣ ଲାଭ କରିଥିବା ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷରେ ଏ-୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ୧୧୧୮ ଜଣଙ୍କ ମଧ୍ୟରୁ ଉପସ୍ଥିତ ୮୨ ଜଣ ଛାତ୍ରଛାତ୍ରୀଙ୍କୁ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା ) ତରଫରୁ ଉତ୍ତରୀୟ ଓ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମପୁର ବିଧାୟକ ଏସ. ଅନିଲ କୁମାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରି ଓଷ୍ଟାର ଏହି ଭଳି ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଓଷ୍ଟା ଗଞ୍ଜାମର ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବରେ ସମ୍ପାଦକ ରାମ ଚନ୍ଦ୍ର ପୋଲାଇ ପ୍ରାମ୍ଭିକ ସୂଚନା ଦେଇଥିଲେ । ପୂର୍ବତ୍ତନ ସଭାପତି ସନ୍ତୋଷ କୁମାର ଜେନା ଉତ୍ସବ ଆୟୋଜନର ବ୍ୟବସ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଗଞ୍ଜାମର ପୂର୍ବତନ ସମ୍ପାଦକ ତଥା ରାଜ୍ୟ ଓଷ୍ଟାର ପୂର୍ବତନ କୋଷାଧ୍ୟକ୍ଷ କାମରାଜୁ ମହାରଣା ଯୋଗଦେଇ ଭଲ ମଣିଷ ହେବା ପାଇଁ ନିର୍ଦ୍ଧିଷ୍ଟ ଲକ୍ଷ ରଖି ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମ୍ପାଦକ ବିଜୟ କୁମାର ବେହେରା, ପରିବେଶବିତ ଶୁଣପାଣି ଶତପଥୀ, ଅବସର ପ୍ରାପ୍ତ ବିଇଓ ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକାରୀ ସଭାପତି କେଦାରନାଥ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସୁଦୀପ୍ତ ପଟ୍ଟନାୟକ ଓ ଶୁଖାଲତା ତ୍ରିପାଠୀ, ନୀଳାମ୍ବର ପଟ୍ଟନାୟକ, ଜଗନ୍ନାଥ ଜେନା, ପିତାମ୍ବର ପାଢ଼ୀ, ବଳରାମ ବାରିକ ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନୂତନ ଶିକ୍ଷାନୀତି -୨୦୨୦ ଉପରେ ଏବଂ ଉମାକାନ୍ତ ନାହାକ କେରିୟର ଗଠନ ଉପରେ ସଚେତନ କରାଇଥିଲେ । ଶେଷରେ ବାସନ୍ତୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.