
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଶିକ୍ଷାକ୍ଷେତ୍ର ପାଇଁ ଚଳିତ ବର୍ଷର ମେ ମାସ ଅବସର ଗ୍ରହଣର ମାସ ଭାବେ ପରିଗଣିତ ହୋଇଛି । ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୨୫ଜଣ ଶିକ୍ଷାକର୍ମୀ ଓ ଶିକ୍ଷା କର୍ମଚାରୀ ଅବସର ନେଇଛନ୍ତି । ଏହି ଅବସର ଗ୍ରହଣ କରିଥିବା ଅଧିକାରୀ ଓ ଶିକ୍ଷାକର୍ମୀଙ୍କ ମଧ୍ୟରେ ରହିଛନ୍ତି ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ, ଟିଟିଲାଗଡ ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ବଲାଙ୍ଗିର ସରକାରୀ ଟାଉନ ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, ଜାମଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ସାହୁ, ମିର୍ଦ୍ଧାପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ନାୟକ, କର୍ଲ୍ଲାପିଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ହୋତା, ନଅଗାଁ(କ) ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନନ୍ତ ସାହୁ, ଇନ୍ଦିରାଗାନ୍ଧୀ ହାଇସ୍କୁଲ ଝରଣିପାଲିର ପ୍ରଧାନଶିକ୍ଷକ ଅଶୋକ ପଧାନ, ରମାଇ ହାଇସ୍କୁଲ ପାଟଣାଗଡର ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ବିଶ୍ୱାଳ, ପଂଚାୟତ ହାଇସ୍କୁଲ ବୁର୍ଡାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ ମେହେର, ସରକାରୀ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆର୍ଯ୍ୟବାଳା ମିଶ୍ର, କନ୍ଦାଜୁରୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ପୁଇଁତଲା ବ୍ଲକ ଛତାପିପଲ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଟେଲ, ପୁଇଁତଲା ବ୍ଲକ ରାମଜୀ ହାଇସ୍କୁଲ କୁରୁଲର ବିଜ୍ଞାନ ଶିକ୍ଷୟିତ୍ରୀ ବାସନ୍ତୀ ସାହୁ, ପାଟଣାଗଡ ସୁନାମୁଦୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ମେହେର, ଆଗଲପୁର ନଅଗାଁ(କ) ହାଇସ୍କୁଲର ହିନ୍ଦୀ ଶିକ୍ଷକ ବିଶେଶ୍ୱର ସାହୁ, ଆର.ଆର କଲୋନୀ, ଲର୍କିପାଲି ହାଇସ୍କୁଲର ଜୁନିଅର ଆସିଷ୍ଟାଣ୍ଟ ଅନ୍ତର୍ଯ୍ୟାମୀ ଭୋଇ, ପାଟଣାଗଡ଼ ରମାଇ ହାଇସ୍କୁଲର ଜୁନିଅର ଆସିଷ୍ଟାଣ୍ଟ ଦିଲୀପ କୁମାର ସିଂ ବାବୁ, ପଂଚାୟତ ହାଇସ୍କୁଲ ବୁର୍ଡାର ଜୁନିଅର ଆସିଷ୍ଟାଣ୍ଟ ରମେଶ ସାହୁ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ କରୁଣା ସା, ପୁଇଁତଲା ବ୍ଲକ ଛତାପିପଲ ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀପତି ପାତ୍ର, ସରକାରୀ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ନୃପ ବାଗ, ସଇଁତଲା ବିଜୟାନନ୍ଦ ହାଇସ୍କୁଲ ବେଲଗାଁର ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପଧର ମାଝୀ, ଲୋଇସିଂହା ବ୍ଲକ ଲାଲବାହାଦୁର ହାଇସ୍କୁଲ ସରଗାଡ଼ର ଚତୁର୍ଥ ଶ୍ରେଣୀ କର୍ମଚାରୀ ପାଣ୍ଡବ ସାମନି ଓ ପାଟଣାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବଙ୍କିମ ଚନ୍ଦ୍ର ଦାଶ । ଦୀର୍ଘ ବର୍ଷ ଧରି ଶିକ୍ଷାଦାନ, ପ୍ରଶାସନିକ ଦାୟିତ୍ୱ ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ନିଜର ଅବଦାନ ରଖିଥିବା ଏହି ଅଧିକାରୀ ଓ ଶିକ୍ଷାକର୍ମୀମାନଙ୍କ ଅବସର ଜିଲ୍ଲା ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଯୁଗର ଅବସାନ ବୋଲି କୁହାଯାଉଛି । ଅବସର ନେଇଥିବା ପ୍ରଧାନଶିକ୍ଷକମାନେ ଦୀର୍ଘଦିନ ଧରି ନିଜ ନିଜ ବିଦ୍ୟାଳୟରେ ଶିକ୍ଷାର ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଓ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ଭୂମିକା ନିଭାଇଛନ୍ତି । ସେହିପରି ଶିକ୍ଷକ, ଜୁନିଅର ଆସିଷ୍ଟାଣ୍ଟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ମଧ୍ୟ ବିଦ୍ୟାଳୟର ଦୈନନ୍ଦିନ ପରିଚାଳନାରେ ନିଜ ନିଜ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇ ଆସିଛନ୍ତି । ଶିକ୍ଷା ମହଲରେ ଏହି ଅବସର ଗ୍ରହଣକୁ ନେଇ ଭାବବିହ୍ୱଳ ପରିବେଶ ଦେଖାଦେଇଛି । ବହୁ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ନିଜକୁ ସମର୍ପିତ କରିଥିବା ଏହି ଶିକ୍ଷାବିତ ଓ କର୍ମଚାରୀମାନଙ୍କୁ ବିଭିନ୍ନ ମହଲରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ସେମାନଙ୍କ ଦୀର୍ଘ କର୍ମମୟ ଜୀବନ, ନିଷ୍ଠାପର ସେବା ଏବଂ ଶିକ୍ଷା କ୍ଷେତ୍ର ପ୍ରତି ଅବଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶିକ୍ଷା ମହଲରେ ମତ ପ୍ରକାଶ ପାଇଛି ।