jayashree

ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ସାଜିଲା ନର ରାକ୍ଷାସ । ୨ ବର୍ଷର ପ୍ରେମ ସମ୍ପର୍କକୁ ଭୁଲିଗଲା ଅର୍ଥ ପିପାସୁ ସ୍ୱାମୀ । ଜନ୍ମଦିନରେ ସ୍ତ୍ରୀକୁ ଅତି ନିର୍ମମ ଭାବରେ ମାଡ଼ ମାରିବା ସହ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ଝିଅର ବାପା ମା’ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ବାଲେଶ୍ୱର ସହର ଉପକଣ୍ଠରେ ଥିବା ବାଲେଶ୍ୱର ଇଣ୍ଡଷ୍ଟ୍ରିଆଲ ଥାନା ଅଧିନସ୍ଥ ଛଣପୁର ଗାଁରେ । ପ୍ରାପ୍ତ ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଦିନେଶ ନାୟକଙ୍କ ଝିଅ ଚର୍ଚ୍ଚିତା ନାୟକ । ମାଟ୍ରିକ ପଢା ସରିଲା ପରେ ଝିଅକୁ ବାଲେଶ୍ୱରର ଏକ ନାମ କରା ଘରୋଇ କଲେଜରେ ପାଠ ପଢ଼ିବା ପାଇଁ ଛାଡିଥିଲେ ବାପା ମାଆ । ସେଠାରେ ପ୍ରଥମେ ଠିକ୍ ଠାକ୍ ପଢ଼ାପଢ଼ି ଚାଲିଥିଲା । କିଛି ମାସ ଗଲା ପରେ ସେହି କଲେଜରେ ଥିବା ଏକ ପିଅନ ସହିତ ଝିଅର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମ ଏତେ ନିବିଡ଼ ଥିଲା ଯେ, ନିଜ ଜନ୍ମ କଲା ବାପା ମା’ ବି ପର ହୋଇଗଲେ । ଝିଅକୁ ଯେବେ ଅଠର ବର୍ଷ ପୂରିଲା ଦୁହେଁ ଲୁଚି ପଳେଇ ଯାଇ ବାଲେଶ୍ୱର ସହରରେ ଥିବା ଝାଡେଶ୍ୱର ମନ୍ଦିରରେ ବାହା ହୋଇଗଲେ । ବହୁତ ଖୋଜାଖୋଜି ପରେ ଉଦଳା ଥାନାରେ ଝିଅ ନିଖୋଜ ଥିବା ଏକ ଲିଖିତ ଏତଲା ଦେଲେ ବାପା । ପରେ ଜାଣିବାକୁ ପାଇଲେ ଝିଅ କଲେଜରେ ପଢୁଥିବା ପିଅନ ସହିତ ବାହା ହୋଇଯାଇଛି । ଥାନାରେ ଅଭିଯୋଗ ଆଧାରରେ ପୋଲିସ ଖୋଜି ଆଣି ଥାନାରେ ହାଜର କରିଥିଲା । ତେବେ, ଝିଅ ପ୍ରେମ ନିଶାରେ ଏତେ ମାତାଲ୍ ଥିଲା ଯେ, ବାପା ମାଆଙ୍କ ଭଲ ପାଇବା ବି ପ୍ରେମିକ ଆଗରେ ତୁଚ୍ଛ ଲାଗିଲା । ସିଧାସିଧା ଘରକୁ ଯିବା ପାଇଁ ମନା କରି ଦେଇଥିଲା ଝିଅ । ବାପା ମାଆ ଘରକୁ ଫେରିଥିଲେ ସେଇଦିନ ଠାରୁ ଝିଅ ସହ କିଛି ଯୋଗାଯୋଗ ନଥିଲା । ଝିଅ କିନ୍ତୁ ମଝିରେ ମଝିରେ ମା’ ସହ କଥା ହୋଇ ଶଶୁର ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଉଥିବା କଥା କହୁଥିଲା । ଶନିବାର ଦିନ ସେ ଝିଅର ଜନ୍ମଦିନ ଥିଲା । କେକ୍‌ କାଟିବା ଫଟୋ ମଧ୍ୟ କିଛି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲା । ହେଲେ ହଠାତ୍ ଆଜି ବାପାଙ୍କୁ କିଏ ଫୋନକରି କହିଲେ ତୁମ ଝିଅ ଆଉ ନାହାନ୍ତି । ବାପା ମା’ ଯାଇ ଦେଖନ୍ତି ତ ଝିଅର ବେକରେ ଦାଗ ଅଛି ଓ ହାତରେ ବାଡ଼େଇବା ସହ ଦେହରେ ବିଭିନ୍ନ ସ୍ଥାନରେ ଲାଲ ଚିହ୍ନ ରହିଛି । ଥାନାରେ ଯୌତୁକ ଜନିତ ହତ୍ୟା ହୋଇଥିବା ବାପା ଥାନାରେ ଏତଲା ଦାୟର କରିଛନ୍ତି । ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ହିଁ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।

Leave A Reply

Your email address will not be published.