ଛାତ ଉପରେ ରହିଛି ବିଦ୍ୟୁତ୍ ତାର : ବିପଦ ମୁଣ୍ଡେଇ ରହିଛନ୍ତି ପରିବାର ଲୋକେ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗୀର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତ ବଘଲା ଗ୍ରାମର ଅଏବନ ଗଡ଼ତ୍ୟା ଏବଂ ରୁଷି ପଧାନଙ୍କ ଛାତ ଉପରେ ରହିଛି ମୂଖ୍ୟ ବିଦ୍ୟୁତ ତାର । ଏମାନେ ଦୀର୍ଘ ଚାରିବର୍ଷ ହେଲା ବାରମ୍ବାର ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏହି ଛାତ ଉପରେ ଯାଇଥିବା ମୂଖ୍ୟ ବିଦ୍ୟୁତ ତାରକୁ ହଟାଇବା ପାଇଁ ବହୁବାର କହିଛନ୍ତି । ହେଲେ କେହି ଶୁଣୁନାହାନ୍ତି ଏମାନଙ୍କ ଗୁହାରୀ ।

ବିଭାଗୀୟ ଅଧିକାରୀ ପାଖକୁ ଗଲେ ଠିକ୍‌ ଅଛି ଶୀଘ୍ର କରିବା ଏହି କାମ ବୋଲି ଚାରିବର୍ଷ ହେଲା ଠକି ଆସୁଛନ୍ତି । ଏଇ କିଛିଦିନ ତଳେ ଦୁଇଟି ଛୋଟ ପିଲା ଅଜାଣତରେ ଦୋଳି ଖେଳୁଥିଲେ ଏଇ ଛାତ ଉପରେ ଥିବା ତାରରେ, ଭାଗ୍ୟକୁ ବିଦ୍ୟୁତ କଟିଥିଲା, ନଚେତ ଅଘଟଣ ଘଟିଥାନ୍ତା । ସରକାରୀ ବାବୁମାନଙ୍କ ଫାଜଲାମୀ ଦିନେ ଦୁଇ ପରିବାର ପ୍ରତି ବିପଦ ନ ଆସିବ କିଏ ବା କହିପାରିବ ।

ଏବେ ଏହି ଦୁଇ ପରିବାର ଭୟରେ ଛାତକୁ ଯାଉନାହାନ୍ତି କାଳେ କିଛି ଅଘଟଣ ଘଟିଯିବ । ଆଗକୁ ବିପଦର ସମ୍ମୁଖୀନ ଯେମିତି ନ ହେବେ ଏହି ପରିବାର ଦ୍ୱୟ, ସେ ପ୍ରତି ବିଦ୍ୟୁତ ବିଭାଗ ଓ ପ୍ରଶାସନ ଧ୍ୟାନ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.