ବନ୍ୟା ଜନିତ ଫସଲ କ୍ଷୟକ୍ଷତି ସହାୟତା ରାଶି କେବେ ମିଳିବ ?

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଗତ ବର୍ଷ ଭୟାବହ କରୋନା ମହାମାରୀ ନଯାଉଣୁ ଅଗଷ୍ଟ ମାସର ପ୍ରଳୟଙ୍କରୀ ବନ୍ୟାରେ ଡେଲାଙ୍ଗ ଅଚଂଳରେ ହଜାର ହଜାର ଏକର ଚାଷଜମି ଜଳାର୍ଣ୍ଣବ ହେବା ସହ ବ୍ୟାପକ ଭାବେ ଧାନ, ପରିବା ଫସଲ କ୍ଷୟକ୍ଷତି ଘଟିଥିଲା । ଯାହାଫଳରେ ଚାଷୀ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସହ ସେମାନଙ୍କ ଜୀବନ ଜୀବିକାରେ ଘୋର ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ତୁରନ୍ତ ସରକାର କ୍ଷୟକ୍ଷତି ଆକଳନ କରିବା ସହ କ୍ଷତିପୂରଣ ବାବଦରେ ସହାୟତା ରାଶି ପ୍ରଦାନ ନିମନ୍ତେ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହି ଅନୁଯାୟୀ କ୍ଷତିଗ୍ରସ୍ତ ବିଭିନ୍ନ ପଂଚାୟତର ଚାଷୀମାନେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ସମସ୍ତ ଖଜଣା ଦେବା ସହ ଆବେଦନ ପତ୍ର ଦାଖଲ କରିଥିଲେ । କରଜ କାଢିଆ କରି ଚାଷୀ ଚାଷ କରିଥିଲା, ବନ୍ୟା ସବୁ ଧୋଇନେଲା । ଅନ୍ୟ ପଟେ କରୋନା ଅର୍ଥନୈତିକ ଦାଉ ସାଧିଥିବା ବେଳେ ସ୍ଥାନୀୟ ପ୍ରଶାସନର ଉଦାସୀନତା କୃଷି ପ୍ରକ୍ରିୟାକୁ କ୍ଷତି ପହଂଚାଇଛି । ଇତି ମଧ୍ୟରେ ୬ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚାଷୀଙ୍କୁ କ୍ଷୟକ୍ଷତି ମିଳିନାହିଁ । କେବେ ମିଳିବ ସହାୟତା ଅର୍ଥ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତୁରନ୍ତ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.