
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର କରଙ୍ଗାକଟା ବନ୍ଧର ପୁନରୁଦ୍ଧାର ପାଇଁ ପାଣି ନିଷ୍କାସିତ ହୋଇଥିବା ସମୟରେ ଡ୍ରେନେଜ୍ ବ୍ୟବସ୍ଥାରେ ଅସୁବିଧା ହେତୁ ସେ ଅଞ୍ଚଳର ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁ ସେହି ସମସ୍ୟାର ସମାଧାନ ପାଇଁ ଆଜି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସେହି ଅଞ୍ଚଳ ପରିଦର୍ଶନ କରି ପୁର୍ତ୍ତ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ଡ୍ରେନେଜ ବ୍ୟବସ୍ଥାର ସୁଧାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ବଦଳରେ ବିଭାଗୀୟ ଅଧିକାରୀମାନେ ଖୁବଶୀଘ୍ର କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।