mahavir

୪ ଗୋରୁ ବୋଝେଇ ଗାଡି ଜବତ

  • ୧୮ ଟି ଗାଈ ସହ ୨ଟି ପିକଅପ ଓ ୨ ଟି ଟାଟାଏସି ଗାଡି ଜବତ
  • ଘଟଣାରେ ୯ ଜଣଙ୍କୁ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ୪ଗୋରୁ ବୋଝେଇ ଗାଡି ଜବତ । ବଲାଙ୍ଗିରରେ ବେଆଇନ ଭାବରେ ଗୋରୁ ଚାଲାଣ କାରବାର ଚାଲିଥିବା ବେଳେ ଆଜି ଭୋରରୁ ଏଭଳି ୪ ଟି ଗାଡି ଜବତ କରିଛନ୍ତି ସ୍ଥାନୀୟ କିଛି ଯୁବଗୋଷ୍ଠି । ଏନେଇ ସମସ୍ତ ଗାଡିକୁ ପୋଲିସକୁ ଜିମା ଦେଇଛନ୍ତି । ତେବେ ଆଜି ଭୋର ୩.୩୪ ସମୟରେ ଜାତୀୟ ରାଜପଥରୁ ବଲାଙ୍ଗିର ସହର ଦେଇ କଳାହାଣ୍ଡି ଜିଲ୍ଲା ଯାଉଥିବା ବେଳେ ଗାଡିକୁ ସନ୍ଦେହ କରିଥିଲେ କିଛି ଯୁବକ । ଏନେଇ ଗାଡିକୁ ଅଟକାଇବା ସମୟରେ ଗାଡିଟି ଆହୁରି ଦ୍ରୁତ ଗତିରେ ପଳେଇଯିବାକୁ ଚେଷ୍ଟା କରିଥିଲା । ଏନେଇ ଗାଡିକୁ କୌଶଳ କ୍ରମେ ଅଟକାଇ ଥିଲେ । ପରେ ଗୋଟିଏ ପରେ ଗୋଟିଏ ଗାଡି ଆସିଥିଲା । କିଛି ଗାଡି ଦୂରରୁ ଫେରାର ମାରିବାକୁ ଚେଷ୍ଟା ମଧ୍ୟ କରିଥିଲା ହେଲେ ସମସ୍ତ ଗାଡିକୁ ଧରିବାରେ ସଫଳ ହୋଇଥଲେ ଯୁବ ଗୋଷ୍ଠି । ଏନେଇ ପୋଲିସକୁ ଡାକି ସମସ୍ତ ଗୋରୁ ବୋଝେଇ ଗାଡିର ଜିମା ଦେଇଥିଲେ । ତା ସହ ଗାଡିରେ ଥିବା ୯ ଜଣଙ୍କୁ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ୪ ଟି ଗାଡିରେ ୧୮ ଟି ଗୋରୁ ଚାଲାଣ ହେଉଥିବା ଜଣାପଡିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଗାଡି ଭିତରୁ ଗାଈ ସହ କିଛି ମାରଣା ଅସ୍ତ୍ର ଓ କିଛି ଗଞ୍ଜେଇ ମଧ୍ୟ ଜବତ ହୋଇଛି ।

Leave A Reply

Your email address will not be published.