mahavir

ଅଫିସ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଅଫିସ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛିି । ବଲାଙ୍ଗିର ସହର ସ୍ଥିତ ଲାଲଟିକ୍ରା ଓପିଟିସିଏଲ୍ ଗ୍ରୀଡରେ ଅଫିସରେ ରାତ୍ର ଜଗୁଆଳି ଭାବେ କାମ କରୁଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ମୃତ ଯୁବକ ଜଣକ ହେଲେ ବଲାଙ୍ଗିର ସହରର ଡ୍ୟାମପଡ଼ାର ଅଟଳ ବିହାରୀ ସ୍ୱାଇଁ (୩୩) । ଅଟଳ ଦୀର୍ଘଦିନ ହେଲା ଲାଲଟିକ୍ରା ଗ୍ରୀଡ ଅଫିସରେ ରହି ରାତ୍ର ଜଗୁଆଳି ଭାବେ କାମ କରୁଥିଲେ । ହେଲେ ସବୁଦିନ ଭଳି କାଲି ମଧ୍ୟ ସେ ଘରୁ ଅଫିସକୁ ଆସିଥିଲେ ଓ ସେ ଘର ଲୋକଙ୍କୁ ରାତିରେ କଲ୍ କରିଥିଲେ, ନିଜ ସ୍ତ୍ରୀ ସହ କଥା ହୋଇଥିଲେ ଆଉ ବିଳମ୍ବିତ ରାତ୍ରିରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଅଟଳଙ୍କ ଆତ୍ମହତ୍ୟା ପଛରେ ପାରିବାରିକ କଳହ, ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ରହିଥିବା ଜଣାପଡିଛି । ପରିବାର ଲୋକେ ବିଳମ୍ବିତ ରାତ୍ରିରେ ଅଟଳ ବିହାରୀ କାମ କରୁଥିବା ଅଫିସକୁ ପହଞ୍ଚିଥିଲେ ଓ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲକ୍ଷ୍ମୀଯୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.