ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଏଆଇଟିୟୁସି ଜିଲ୍ଲା କାର୍ଯ୍ୟାଳୟ ଠାରେ ନିଖିଳ ଓଡିଶା ଆଶାକର୍ମୀ ସଂଘର ଜିଲ୍ଲା ସଭାପତି ତଥା ରାଜ୍ୟ ଉପ-ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ତଥା ସଂଗଠନ ର ରାଜ୍ୟ ସଭାପତି ବିଜୟ ନେତା ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଭାବେ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦିକା ନମିତା ସାହୁ, ଓମି ଗୁପ୍ତା ଓ ଉପଦେଷ୍ଟା ଦିଲୀପ କୁମାର ଭୋଇ ମଂଚାସୀନ ଥିଲେ । ଉକ୍ତ ବୈଠକରେ ଯେବେଠାରୁ ଓଡିଶାରେ ବିଜେପି ଶାସିତ ଡବଲ ଇଞ୍ଜିନ ସରକାର କ୍ଷମତାସୀନ ହେଲା, ଆଶାକର୍ମୀମାନଙ୍କ ନିୟମିତ ପ୍ରୋତ୍ସାହନ ରାଶି ପ୍ରତ୍ୟେକ ମାସର ୧୦ ତାରିଖ ମଧ୍ୟରେ ଦେବାର ସରକାରୀ ପ୍ରାବଧାନ ଥିଲେ ମଧ୍ୟ ମାସ ମାସ ଧରି ମିଳୁନାହିଁ । ଗତ ର୍ବ୍ୟରୁ ଆୟୁଷ୍ମାନ ଭାରତ ଯୋଜନାରେ କାର୍ଯ୍ୟ କରିଥିବାର ଆଶାମାନଙ୍କ ତାଙ୍କ ପ୍ରୋତ୍ସାହନ ରାଶି ମିଳିନାହିଁ । ଏଚ୍ଆଇଭି ଟୀକାକରଣ କାର୍ଯ୍ୟକରଣରେ କିଶୋରୀ ବାଳିକାମାନଙ୍କୁ ଟୀକା ଦେବାରେ ଆଶା କର୍ମୀମାନଙ୍କୁ ଅଧିକ ଚାପ ପ୍ରୟୋଗ କରାଯାଉଛି ହେଲେ ସେହି କାର୍ଯ୍ୟକ୍ରମର ମଧ୍ୟ କୌଣସି ପ୍ରୋତ୍ସାହନ ରାଶି ଦିଆଯାଉ ନାହିଁ । ଯେଉଁସବ ସେଣ୍ଟର ଗୁଡିକରେ ସିଏଚ୍ଓ ନିଯୁକ୍ତି ହୋଇଛନ୍ତି ସେହି ସବ୍ ସେଣ୍ଟର ଅଧୀନରେ ଥିବା ଆଶା କର୍ମମାନେ ମାସକୁ ୧୦୦୦ ଟଙ୍କା ପାଇବାର ପ୍ରାବଧାନ ଥିଲେ ମଧ୍ୟ ତାହା ମିଳୁନାହିଁ । ସମାଜକୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ବଳେ ଆଶା କର୍ମୀଙ୍କ ନିଜ ତଥା ପରିବାର ବର୍ଗଙ୍କ ନାମରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଡ ନାହିଁ । ଏପରି କି ରାସନ କାର୍ଡ ମଧ୍ୟ ଦିଆଯାଇନାହିଁ ବୋଲି ବୈଠକରେ ପ୍ରକାଶ କରିଥିଲେ । ଏହି ସବୁ ସମସ୍ୟାକୁ ନେଇ ଆସନ୍ତା ମଇ ୧୧ ତାରିଖ ଦିନ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ କରାଯିବ । ଏଥିରେ ବନିତା ପୁଟେଲ, ମମତା ଜେନା, ଶୋଭାଗିନୀ ବାଗ, ପୁଷ୍ପଲତା ଧିର, ଲତା ପୁଟେଲ, ତନ୍ମୟୀ ଦାସ, କଲ୍ୟାଣୀ ସାହୁ, ବିଳାସିନୀ ବାରିକ, ଶୋଭାଷିନୀ ଜାଲ, ଆରତି ସାହୁ, ଶୋଭାଗିନୀ ତାଣ୍ଡି, ମୁକ୍ତା ଉଦୁରକୁଲିଆ, ବାସନ୍ତୀ ସେଠ, ମିନାକ୍ଷୀ ଜେନା, ପଦ୍ମିନୀ କଟା, ଆଶା ଦୀପ, ସରସ୍ୱତୀ ସାହୁ, ସାଧବନୀ ସାହୁ, ଭାଗ୍ୟବତୀ ଷାଣ୍ଢ, ଜ୍ୟୋସ୍ନା ମିଶ୍ର, ନମିତା ସାହୁ, ପଦ୍ମିନୀ ସୁନା, ଭୂମିସୁତା ନାଗ, ହେମବତୀ ନାଗ, ତିଲୋଚମା କୁମ୍ଭାର, ପୁଷ୍ପାଞ୍ଜଳି ଲୁହା, ଜମ୍ବୋବତୀ ସାହୁ, ଲଳିତତା ବାଗ, ସୁବର୍ଣ୍ଣ ଡିଲା, ଆନନ୍ଦିନୀ ବିଶ୍ୱାଲ, ସାଇବୁ ନନ୍ଦ, ଖାରୁଆ ମଲ୍କିକ, ପ୍ରବୀର କମ୍ପ, ଜଗଦିଶ ବେହେରା, ପୁରୁଷୋତ୍ତମ କର୍ମୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
Prev Post