ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନ ସମାଜ ସଂକାରକ ଜ୍ୟୋତିରାଓ ଫୁଲେଙ୍କ ଜନ୍ମ ଜୟନ୍ତୀ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ସ୍ଥାନୀୟ ଯାଦବ ଭବନ ଠାରେ ଆଜି ପାଳିତ ହୋଇଯାଇଛି । ସଂଗଠନର ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କୌତୁକ ପନ୍ଦର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଆଇନଜୀବୀ ଟଙ୍କଧର ଗଡତ୍ୟା, ସମ୍ମାନିତ ଅତିଥି ଭାବରେ ବୁଦ୍ଧିଜୀବୀ ଦଣ୍ଡୁଆ କୁମ୍ଭାର, ଅର୍ଜୁନ ମୁଗ୍ରୀ, ଜଗଦୀଶ ବୁଦ୍ଧ, ରମାକାନ୍ତ ସୁନା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ସୀତାରାମ କୁମ୍ଭାର ଓ କୁନା ବାଗ ପ୍ରମୁଖ ଯୋଗ ଦେଇଥିଲେ । ଜ୍ୟୋତିରାଓ ଫୁଲେ ସମାଜରେ ସଂସ୍କାର ଆଣିବା ସହିତ ନାରୀ ଶିକ୍ଷା ଓ ନାରୀ ସଶକ୍ତି ଉପରେ ଅତୁଳନୀୟ କାମ କରିଥିଲେ ବୋଲି ବକ୍ତାମାନେ କହିଥିଲେ । ପରବର୍ତ୍ତୀ ସମୟରେ ଫୁଲେଙ୍କ ଦର୍ଶନକୁ ବାବା ସାହେବ ଆମ୍ବେଦକର ସମ୍ବିଧାନରେ ମଧ୍ୟ ସ୍ଥାନୀତ କରିଥିଲେ ବୋଲି ଅତିଥିମାନେ କହିଥିଲେ । ଶେଷରେ ସବିତା ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.