- ଭାଗନେଲେ ଖୋ-ଖୋ ଛାତ୍ରୀ ୬ ଦଳ ଓ ଖୋ-ଖୋ ଛାତ୍ର ୧୦ ଦଳ
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ସିଏମ୍ ଟ୍ରଫି ଆନ୍ତଃ କ୍ଳବ ଓ ଆନ୍ତଃ ଜିଲ୍ଲା ଖୋ-ଖୋ ଚାମ୍ପିୟନସିପ୍ ୨୦୨୬ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମ୍ ଠାରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖୋ-ଖୋ ଖେଳରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡ଼ା ସଂସଦ ତଥା ଫାଓ ଓଡ଼ିଶା କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ଶତୃଘ୍ନ ସିଂହ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, କାଉନସିଲ ସଭ୍ୟ ସୁଧିର ଚନ୍ଦ୍ର ପଣ୍ଡା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ଡ. ସିଦ୍ଧେଶ୍ୱର ମିଶ୍ର, କ୍ରୀଡ଼ାବିତ ସୁନିଲ ଚନ୍ଦ୍ର ବିଶ୍ୱାଳ, ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖୋ-ଖୋ, କବାଡ଼ି ଓ କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା ମ୍ୟାଚ କମିଶନର ଦାୟିତ୍ୱ ତୁଲାଇ ଥିଲେ । ଛାତ୍ରୀ ଖୋ-ଖୋ ଦଳରେ ବଲାଙ୍ଗିର ପାଟଣାଗଡ଼, ଲୋଇସିଂହା, ଆଗଲପୁର, ପୁଇଁନ୍ତଲା (କ) ଓ ପୁଇଁନ୍ତଲା (ଖ) ଯୋଗଦେଇଥିଲେ । ଲୋଇସିଂହା ଓ ପୁଇଁନ୍ତଲା (କ) ଦଳ ଫାଇନାଲକୁ ପ୍ରବେଶ କରିଛନ୍ତି । ସେହିପରି ଖୋ-ଖୋ ଛାତ୍ର ଦଳରେ ବଲାଙ୍ଗିର (କ), ବଲାଙ୍ଗିର (ଖ), ପାଟଣାଗଡ଼ (କ), ପାଟଣାଗଡ଼ (ଖ), ପୁଇଁନ୍ତଲା (କ), ପୁଇଁନ୍ତଲା (ଖ), ଲୋଇସିଂହା, ଆଗଲପୁର, ଟିଟିଲାଗଡ଼ ଓ ବଙ୍ଗୋମୁଣ୍ଡା ଯୋଗଦେଇଥିଲେ । ବଲାଙ୍ଗିର (କ) ଓ ଲୋଇସିଂହା ଦଳ ଫାଇନାଲକୁ ପ୍ରବେଶ କରିଛନ୍ତି । ଖେଳକୁ ଚନ୍ଦ୍ରଶେଖର ମେହେର, ସନ୍ତୋଷ ମେହେର, ବିକାଶ ଦାଶ, ପ୍ରଦ୍ୟୁମ୍ନ ରାଉତ, ଆରତୀ ସାହୁ, ନିତେଶ ଭୋଇ, ବୁଦ୍ଧିରାଜ ବିଶ୍ୱାଳ, ଅଭୟ କୁମାର ପଧାନ, ଜନାର୍ଦ୍ଦନ ସାହୁ, ସସ୍ମିତାରାଣୀ ମିଶ୍ର, ମାଧୁରୀ ପଣ୍ଡା, ସୁଶାନ୍ତ ନାଗ ଓ ସୁଦର୍ଶନ ସେଠ ପରିଚାଳନା କରିଥିଲେ ।