jsm

ଚଟୁଅନକା ପିଏମଶ୍ରୀ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

csstore

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନୀତା ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଏବିଇଓ ଜଗବନ୍ଧୁ ମାଝୀ ମୁଖ୍ୟ ଅତିଥି, ହିଆଁଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ବକ୍ତା, ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡୀ, ତୁରେକେଲା ବ୍ଳକ କ୍ରୀଡ଼ା ସମ୍ପାଦକ ଶୁଭେନ୍ଦୁ ମହାନ୍ତି, ପରିଚାଳନା କମିଟି ସଭାପତି ସହଦେବ ପନିକା, ଖେଳ ଶିକ୍ଷକ ଉପେନ୍ଦ୍ର ଚନ୍ଦନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସମସ୍ତଙ୍କ ପାଇଁ ଶାରୀରିକ ସୁସ୍ଥତା ଅତ୍ୟନ୍ତ ଜରୁରୀ ଏବଂ କ୍ରୀଡ଼ା ହେଉଛି ପ୍ରତିଯୋଗୀ ମନୋଭାବ ସୃଷ୍ଟି କରିବାର ମାଧ୍ୟମ ବୋଲି ଅତିଥିମାନେ ମତ ଦେଇଥିଲେ । ଖେଳ ଶିକ୍ଷକ ରାଜେନ୍ଦ୍ର ସେଠ ଛାତ୍ରଛାତ୍ରୀମାନଙ୍କୁ ଖେଳ ଖେଳେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୁଚି, ଲମ୍ବଡିଆଁ, ଗୋଲାଫିଙ୍ଗା, ଏକଶହ ମିଟର ଦୌଡ, ଦୁଇଶହ ମିଟର ଦୌଡ, ବେଙ୍ଗଡିଆଁ ଆଦି ପ୍ରତିଯୋଗିତା କରାଯାଇଥିଲା । ଶିକ୍ଷୟିତ୍ରୀ ଶ୍ୱେତା ବାଗ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ସୁଶାନ୍ତ ରାଉତ, ପୁଷ୍ପାଞ୍ଜଳି ମହାପାତ୍ର, ବୈଜୟନ୍ତୀ ପାଢୀ, ପଦ୍ମାବତୀ ସାହୁ, ସୁରେଶ ବେହେରା, ପ୍ରବୀଣ ନାୟକ, ସୁଜାତା ଶବର, ତପସ୍ୱୀନି ମାଝୀ, ସରୋଜ ବରିହା, ସୁମିତ୍ରା ମାଝୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.