ଜଘନ୍ୟ ହତ୍ୟାକା‌ଣ୍ଡ : ହୋଟେଲ ମାଲିକ‌ଙ୍କୁ ହତ୍ୟା କଲା ଅପରାଧୀ

ରାଉରକେଲା : ଗତକାଲି ରାଉରକେଲା ଡିଲକ୍ସ ହୋଟେଲ ଲେନରେ ଜଣେ ହୋଟେଲ ମାଲିକ‌ଙ୍କ ଉପରେ ଆକ୍ରମଣ କରାଯାଇଛି । ରାଉରକେଲା ସହରର ବସେରା ହୋଟେଲର ମାଲିକ ସଜନ ମିତ୍ତଲ ସବୁଦିନ ପରି କାମ ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ଘର ସାମ୍ନାରେ ଜଗି ବସିଥିବା ଅପରାଧୀ ତାଙ୍କୁ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରେ ସଜ୍ଜନ ଲହୁ ଲୁହାଣ ହୋଇ ପଡିଯାଇଥିଲେ । ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପ୍ଲାଣ୍ଟସାଇଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.