ମାସନ୍ତ ରବିବାସରୀୟ ସଂଗୀତ ସଂଧ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାସର ଶେଷ ରବିବାର ଅବସରରେ ସ୍ଥାନୀୟ ମାଉସୀ ମନ୍ଦିରସ୍ଥିତ ସଂଗୀତ ବିଦ୍ୟାଳୟ ପଞ୍ଚମର ନୃତ୍ୟ ବିଭାଗ ମଣ୍ଡପରେ ମାସନ୍ତ ରବିବାସରୀୟ ସଙ୍ଗୀତ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଟ କଣ୍ଠଶିଳ୍ପୀ ମୁରଲୀ ଧାରି ପତିଙ୍କ ପ୍ରାରମ୍ଭ ସଙ୍ଗୀତ ପରିବେଷଣ କରିବା ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଶ୍ରୟାନସି ଝାଙ୍କର, ସ୍ମୃତି ସଂପୂର୍ଣ୍ଣା ସାହୁ, ସଂକେତ ଥାଟି, ପ୍ରିୟାଂଶ ପଣ୍ଡା, ବବିତା ତ୍ରିପାଠୀ, ବିନାୟକ ମିଶ୍ର, ଆୟୁଷ୍ମାନ ପାଣିଗ୍ରାହୀ, ଶ୍ରୀମତୀ ପୁଷ୍ପାଞ୍ଜଳି ଠାକୁର, ଇଂଜିନିୟର ସଞ୍ଜୟ ମହାନ୍ତି ପ୍ରମୁଖ ଭଜନ ଓ ଜଣାଣ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ସଂସ୍କାର ସ୍ୱରୂପ ମିଶ୍ର, ଅଂଶୁମାନ ପଣ୍ଡା, ଅଦ୍ୱେତ କୁମାର ସାହୁ, ରୁଦ୍ରାନ୍ସ ବ୍ରହ୍ମା, ସତ୍ଵିକ ହୋତା, ଆୟୁଷ କୁମାର ପ୍ରଧାନ, ଜି. କୁମାର, ପ୍ରଣୀତ ପ୍ରଭୁତି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଗୁରୁଶ୍ରୀ ଗୌର କିଶୋର ମହାପାତ୍ର, ରାଜକୁମାର ହୋତା ପ୍ରମୁଖ ସଫଲ ରୂପାୟନ କରିଥିଲେ । ଚୈତ୍ର ସନ୍ଧ୍ୟାର ଏହି ମନୋରମ ପରିବେଶରେ ଶ୍ରୋତା ଓ ଅଭିଭାବକ ଯୋଗଦାନ କରି ସଫଲ ହେବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.