ସାଲେପାଲି ଠାରେ ରାମାୟଣ ପାରାୟଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶୁକ୍ରବାର ଦିନଠାରୁ ଦେଓଗାଁ ଅନ୍ତର୍ଗତ ସାଲେପାଲି ଗ୍ରାମଠାରେ ରାମାୟଣ ପାରାୟଣ ହେଉଛି । ମୁଖ୍ୟ ସେବକ ଭାବରେ ଭୁବନେଶ୍ୱର ସାମଲ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ କାଞ୍ଚନା ସାମଲ ଦାୟିତ୍ୱ ତୁୂାଉଥିବା ବେଳେ ପୁରାଣ ବ୍ୟାସ ଭାବରେ ପ୍ରଶାନ୍ତ ମିଶ୍ର ଅଛନ୍ତି । ପ୍ରତିବର୍ଷ ରାମ ନବମୀ ଦିନ ଏହି କାର୍ଯ୍ୟକ୍ରମ ନଅଦିନ ଧରି ପାରାୟଣ ହୁଏ । ଏବଂ ଯେଉଁଦିନ ଯେତେ ପର୍ଯ୍ୟନ୍ତ ପୁରାଣ ପଠନ କରାଯାଏ, ସେହିଦିନ ରାତିରେ ପ୍ରଭୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଲୀଳା ନାଟକ ମାଧ୍ୟମରେ ପରିବେଷଣ କରାଯାଏ । ଗ୍ରାମର ସମସ୍ତ କଳାକାର ଏଥିରେ ଭାଗ ନିଅନ୍ତି । ଗତକାଲି ତା :୨୯/୦୩/୨୦୨୬ ଦିନ ପ୍ରଭୁ ଶ୍ରୀରାମଙ୍କର ବିବାହ ଉତ୍ସବ ସମାପନ ହୋଇଯାଇଛି ଏବଂ ବନବାସ ପର୍ଯ୍ୟନ୍ତ ଯାଇଛନ୍ତି । ପ୍ରତିଦିନ ପାରାୟଣ ବିଶ୍ରାମ ହେଲେ ସମସ୍ତଙ୍କୁ ହବିଷାନ୍ନ ପ୍ରସାଦ ଦିଆଯାଏ । ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ଏକ ନିଆରା ଭାଇଚାରାର ସଂକେତ ଦେଇଥାଏ । ଅନେକ ସାଧୁସନ୍ଥଙ୍କ ଉପସ୍ଥିତି ସାଙ୍ଗରେ ସାଲେପାଲି ଅଞ୍ଚଳର ପରିବେଷଣ ଭକ୍ତିମୟ ଅନୁମାନ କରାଯାଉଛି । ରାମଲୀଲା ଉତ୍ସବ କମିଟି ତଥା ଗ୍ରାମବାସୀଙ୍କ ସହଯୋଗରେ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମ ଚାଲୁଛି ।

Leave A Reply

Your email address will not be published.