ଏପ୍ରିଲ ୫ରେ ୩୭ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ : ୧ରୁ ଆମିଷ ବିକ୍ରି ଓ ସେବନ ବନ୍ଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଉ ଦିନକ ପରେ ଆସୁଛି, ୧୩ ଦିନିଆ ଦଣ୍ଡଯାତ୍ରା, ଏହି ପରିପ୍ରେକ୍ଷୀରେ ଚଳିତ ମାସ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ମା’କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡ଼ା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ତମ ବାର୍ଷିକ ତେର ଶମ୍ଭୁ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ଏନେଇ ସମସ୍ତ କାର୍ଯ୍ୟଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଏପ୍ରିଲ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ କରି ଆମକୁ ସହଯୋଗ କରିବା ସହିତ ମା’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି । ତେର ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୫ ତାରିଖ ରବିବାର ସକାଳ ୮ଘଣ୍ଟା ସମୟରେ ମା’ ପାଟ୍ଟଖଣ୍ଡା ମନ୍ଦିରରେ ୧୩ ଦଣ୍ଡ ଥଳର ବରଣ କରାଯିବ । ଦିବା ଘ.୧୧.୩୦ମି.ସମୟରେ ମେନ୍‌ରୋଡ଼ରେ ଧୂଳିଦଣ୍ଡ ଅନୁଷ୍ଠିତ ହେବ । ଅପରାହ୍ନ ଘ.୦୪.୩୦ ମି.ସମୟରେ ବନ୍ଧପାଖରେ ପାଣିଦଣ୍ଡର ଆୟୋଜନ କରାଯିବ । ସନ୍ଧ୍ୟା ୫ ଘଟିକା ସମୟରେ ଟାଉନର ବଜାର ଛକ ନିକଟରେ ଅଞ୍ଚଳର ସବୁଠାରୁ ଆକର୍ଷଣୀୟ ୧୩ ଦଣ୍ଡର ମହାମିଳନ ଖୁବ ଯାକ ଜକମକରେ ଆୟୋଜନ କରାଯିବ । ରାତ୍ର ୮ ଘଣ୍ଟା ଠାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତ୍ର ୧୧ ଘଣ୍ଟା ସମୟରେ ଝୁଣାଦଣ୍ଡର ଏକ ବିରାଟ ପଟୁଆର ହେବା ସହ ୬ ତାରିଖ ସକାଳ ୦୮ଘଣ୍ଟ ସମୟରେ ଯାତ୍ରା ସମାପ୍ତ ହେବ ଏଣୁ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗ ଦେବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.