ବିଧାୟକ ନବୀନ ଜୈନଙ୍କ ଗିରଫ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ଫାଙ୍କା ଗୁଳି ଚାଳନା କରିଥିଲେ । ଏହି ଘଟଣାକୁ ନେଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ କରାଯିବାକୁ ଦାବି କରାଯାଇଛି । ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା ଓ ଜିଲ୍ଲା ଯୁବ ସଭାପତି ଯତିନ ପଟେଲଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟି ଦାବି ଜଣାଇଛନ୍ତି । ସେହିପରି ଗୁଡଭେଲା ବ୍ଲକ ସଭାପତି ପୃଥ୍ୱୀ ମହାନନ୍ଦଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ତୁଷୁରା ଥାନାରେ ଅଭିଯୋଗ କରାଯାଇଛି । ଦାବି ସମାବେଶରେ ତୁଷୁରା ଓ ଗୁଡଭେଲା ଅଞ୍ଚଳର ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.