କେସିଙ୍ଗା ମାରୱାଡି ୟୁବା ମଞ୍ଚର ୨୦୨୬ – ୨୭ ପାଇଁ ନୂତନ ସଭାପତି ଚୟନ

କେସିଙ୍ଗା, (ପ୍ରୀତେଶ ପଟେଲ) : ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ କେସିଙ୍ଗା ମାରୱାଡି ୟୁବା ମଞ୍ଚ ପକ୍ଷରୁ ଏକ ବୈଠକ କେସିଙ୍ଗା ଗୌରୀ ଶଙ୍କର ମନ୍ଦିର ପରିସରରେ ରାତ୍ରୀ ୮.୦୦ ଟାରେ ଆୟୋଜିତ ହୋଇ ନୂତନ ସଭାପତି ବର୍ଷ ୨୦୨୬ – ୨୭ ପାଇଁ ଚୟନ କରାଗଲା । କେସିଙ୍ଗା ମାରୱାଡି ୟୁବା ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ବିକାଶ କୁମାର ଅଗ୍ରୱାଲଙ୍କୁ ନୂତନ ସଭାପତି ଓ ସମ୍ପାଦକ ଭାବରେ ବିଶାଳ ଜୈନକୁ ନୂତନ ବର୍ଷ ପାଇଁ ଦାୟିତ୍ଵ ଦିଆଯାଇଛି । ସମସ୍ତଙ୍କ ଆଶା ଅନୁରୂପ ଭାବେ କାର୍ଯ୍ୟ କରିବୁ ଓ ସମସ୍ତଙ୍କ ବିଶ୍ୱାସ ସହ ଆଗାମୀ ଦିନରେ କେସିଙ୍ଗା ମାରୱାଡି ୟୁବା ମଞ୍ଚକୁ ଆଗେଇ ନେବୁ ବୋଲି କହିଲେ ନୂତନ ସଭାପତି ଓ ସମ୍ପାଦକ ।

Leave A Reply

Your email address will not be published.