- ତାଡକା ବଧ, ରାମ ଲକ୍ଷ୍ମଣ ମିଥିଲା ପ୍ରବେଶ ଓ ଧନୁ ଭଙ୍ଗ ଦର୍ଶକଙ୍କ ମନକୁ ଛୁଇଁଲା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ରାଜ୍ୟ ସମୟରୁ ଚାଲି ଆସୁଥିବା ରାମଲୀଳା ନାଟକ ଏ ବର୍ଷ ଗତ ୨୭ ତାରିଖ ରାମ ନବମୀରୁ ଶୋଭାଯାତ୍ରା ସହ ସହରର ରାମଜୀ ପଡା ମନ୍ଦିରରୁ ବିଗ୍ରହ ବାହାରି ସହର ପରିକ୍ରମା କରିଥିଲା । ଜଗନ୍ନାଥପଡା ସ୍ଥିତ ରାମଲୀଳା ମହୋତ୍ସବ ନାଟ୍ୟଗୁରୁ ବାଳମୁକୁନ୍ଦ ବେହେରାଙ୍କ ବୈଶ୍ୟ ସଦାଶିବ ରଚିତ ରାମଲୀଳା କଣ୍ଠରେ ଗାନ କରି ଉଦ୍ଘାଟିତ କରିଥିଲେ । ରାମ ବନ୍ଦନାରୁ ଆରମ୍ଭ ହୋଇ ବ୍ରହ୍ମା ଶିବକୁ ଜଣାଇଥିଲା ରାମାୟଣ କଥା ତାହା ଶୁଣି ମହାଦେବ ମାତା ପାର୍ବତୀଙ୍କୁ ରାମକଥା ଶୁଣାଇଥିଲେ ଏଠୁ ରାମଲୀଳା ଆରମ୍ଭ ହୋଇଥିଲା । ବିଶ୍ୱାମିତ୍ର ଋଷି ରାମ ଲକ୍ଷ୍ମଣ ଦୁଇ ଭାଇଙ୍କୁ ନେଇ ତାଡକା ବଧ, ମିଥିଲା ପ୍ରବେଶ ଓ ଧନୁ ଭଙ୍ଗ ଆୟୋଜିତ ହୋଇଥିଲା । ଏଥିରେ ଡା. ରୁଦ୍ର ନାରାୟଣ ପଟେଲ ଦୁଇଟି ଭୂମିକାରେ ଅଭିନୟ କରିଥିଲେ । ଶିବ ଏବଂ ଜନକ ରାଜା ଅଭିନୟ କରିଥିଲେ । ଲୋକଙ୍କ ମନରେ ଅଭିନୟ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା ଛଉ ନୃୃତ୍ୟର ତାଳେ ତାଳେ ୧୫୦ ବର୍ଷ ତଳର ସର୍ବପୁରାତନ ମୁଖା ଲୋକଙ୍କ ମନ ମୋହିଥିଲା ।