କଂଟାବାଂଜି ପୋଲିସର ସଫଳତା : ଜଗବନ୍ଧୁ ବେହେରାଙ୍କୁ ମରଣାନ୍ତକ ଆକ୍ରମଣକାରୀକୁ ଗିରଫ, ଜଣେ କୋର୍ଟ ଚାଲାଣ

କଂଟାବାଂଜ, (ମନୀଶ କୁମାର ହଂସ) : ଦୀର୍ଘ ୩ ମାସ ପରେ କଂଟାବାଂଜି ପୋଲିସ ଜଣେ ଅଭିଯୁକ୍ତକୁ ସୋମବାର ଦିନ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ପ୍ରତୀକ କୁମାର ଅଗ୍ରୱାଲ । କଂଟାବାଂଜି ଥାନା କେସ ନଂ. ୨୯୭/୨୦୨୦ ଦଫା ୩୦୭/୩୪୧/୩୪ ଆଇ.ପି.ସି. ମାମଲା ରୁଜୁ ହୋଇଥିଲା । ଏହି ମାମଲା ଅନୁସାରେ ପୋଲିସ ଅନୁସଂଧାନ ପରେ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଜଗବନ୍ଧୁ ବେହେରାଙ୍କୁ ପୃଥକ ପୃଥକ ଭାବେ ୩ ଥର ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଅଭିଯୁକ୍ତ ଗିରଫ ନ ହେବାରୁ ଆକ୍ରମଣକାରୀଙ୍କ ସ୍ତ୍ରୀ ଖୁସିମତି ବେହେରା ୩ ଦିନ ଭିତରେ ଅଭିଯୁକ୍ତକୁ ଗିରଫ ନକଲେ ଥାନା ସାମ୍ନାରେ ଧାରଣା ଦେବା ପାଇଁ ଚେତାବନୀ ଦେଇଥିଲେ । ଆଜି ସୋମବାର ପୋଲିସ ଛାନଭିନ କରି ପ୍ରତୀକକୁ ଗିରଫ କରି କୋର୍ଟ ଚାଲଣ କରିଛି । ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ସବ୍‌ ଜେଲକୁ ପଠା ଯାଇଥିବା ପୋଲିସ ସୂଚନା ଦେଇଛି । ପ୍ରକାଶ ଥାଉ କି ଜଗବନ୍ଧୁ ବେହେରା ଦୀର୍ଘ ବର୍ଷ ଧରି ଉକ୍ତ ପ୍ରତୀକ ଅଗ୍ରୱାଲଙ୍କ ସଂପର୍କୀୟଙ୍କ ଫାର୍ମରେ କାମ କରୁଥିଲେ । କିନ୍ତୁ କେଉଁ କାରଣରୁ ତାଙ୍କୁ ମରାଣାନ୍ତକ ଆକ୍ରମଣ ବାରମ୍ବାର କରାଯାଉଥିଲା, ତାହା ବର୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.