ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳରେ ପ୍ରଥମ ଥର ପାଇଁ ଏକ ୟୁକେ କରିକୁଲୁମ୍ ପ୍ଲେ ସ୍କୁଲ ଉଦଘାଟିତ ହୋଇଯାଇଛି । ଯାହାର ନାମ ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ରଖାଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋପପୁର ମହିମା ଆଶ୍ରମର ପ୍ରତିଷ୍ଠାତା ସାଧୁ ନୃସିଂହ ଦାସ ଯୋଗଦେଇଥିବା ବେଳେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଉପସ୍ଥିତ ରହିଥିଲେ । ଏହି ସ୍କୁଲରେ ପ୍ରୀନର୍ସରୀ, ନର୍ସରୀ, ଜୁନିୟର କେଜି ଓ ସିନିୟର୍ କେଜି ପାଠ୍ୟକ୍ରମ ସାମିଲ ରହିଛି । ଏହି ସ୍କୁଲର ଅଧ୍ୟକ୍ଷା ସୋନାଲି ମହାପାତ୍ର ରହିଥିବା ବେଳେ ପରିଚାଳନାରେ ପ୍ରୀତିଶ ମହାପାତ୍ର, ସିଦ୍ଧାର୍ଥ ପାଣିଗ୍ରାହୀ ଓ କ୍ରୀଷ୍ଣାମଞ୍ଜରୀ ପାଣିଗ୍ରାହୀ ରହିଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ସାହୁ, ସୁଶାନ୍ତ ନାଗ, ବୁଲୁ କୁମାର ନାୟକ, ରୋଶନ ପାଣିଗ୍ରାହୀ, ମାତୃ ପ୍ରସାଦ ରଥ ଓ ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ପାଇକମାଳ ଅଞ୍ଚଳରେ କମ ଖର୍ଚ୍ଚରେ ଓ ୟୁକେ କରିକୁଲୁମରେ କିଭଳି ଭଲ ଶିକ୍ଷା ଛାତ୍ରଛାତ୍ରୀ ପାଇପାରିବେ ଏହା ହେଉଛି ଏହି ସ୍କୁଲର ମୂଳ ଲକ୍ଷ ବୋଲି କହିଛନ୍ତି ପରିଚାଳନା କମିଟି ମୁଖ୍ୟ ପ୍ରୀତିଶ ମହାପାତ୍ର ।

Leave A Reply

Your email address will not be published.