ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ବିଜ୍ଞାନ ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଲ୍ଲିଶ୍ରୀ ବିହାର ପରିସରରେ ସାଇଟ ନର୍ସିଂ କଲେଜ ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ବକୃତା ପ୍ରତିଯୋଗିତା ଓ ବିଜ୍ଞାନ ପ୍ରଦର୍ଶନୀର ଅୟୋଜନ କରାଯାଇଥିଲା । ଗତ ୨୮ରୁ ଆଜି ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଜି.ଏନ.ଏମ୍‌., ବି.ଏସ୍‌.ସି. ନର୍ସିଂ ଓ ଏମ.ଏସ୍‌.ସି. ନର୍ସିଂର ଛାତ୍ରଛାତ୍ରୀମାନେ ତାଙ୍କର ପ୍ରୋଜେକ୍ଟ ଗୁଡିକ ପ୍ରଦର୍ଶନୀରେ ସ୍ଥାନୀତ କରିଥିଲେ । ମୋଟ ୫୦ଟି ପ୍ରୋଜେକ୍ଟରୁ ହାର୍ଟଫେଲରୁ ବଞ୍ଚିବା ଉପାୟ (ସି.ପି.ଆର) ଶ୍ରେଷ୍ଠ ପ୍ରୋଜେକ୍ଟ ହୋଇଥିବାବେଳେ ମା’ କ୍ଷୀର ପିଆଇବା ପ୍ରଣାଳୀ ମଧ୍ୟ ଉଚ୍ଚ କୋଟିର ହୋଇଥିଲା । ଆଜି ଉଦଯାପନୀ ଉତ୍ସବରେ ସାଇଟର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସାଇଟ୍‌ ଇଂଜିନିୟରିଂ ପ୍ରିନସିପାଲ ନମିତା ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ସାଇଟ୍‌ ନର୍ସିଂର ପ୍ରିନସିପାଲ ପ୍ରଫେସର ସ୍ନିଗ୍ଧାମିନତୀ ଦାନୀ ସମାଜକୁ ବିଜ୍ଞାନର ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ । ଭାଇସ୍‌-ପ୍ରିନସିପାଲ ଲୋପାମୁଦ୍ରା ମିଶ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କରାଯାଇଥିବା ପ୍ରୋଜେକ୍ଟ କେହି କାହାକୁ କମ୍‌ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ । ଏଥିରେ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସହ ସ୍ମୃତିପର୍ଣ୍ଣା ହଂସ, ପ୍ରଜ୍ଞାରାଣୀ ମହାନନ୍ଦ, ସ୍ୱେତାରାଣୀ ବାରିକ, ପୁନମ ମହାନନ୍ଦ, ସୁରଜ ପଧାନ, ଗଗନ ସାମନ୍ତ, ନୃପରାଜ ଭୋଇ ଓ ଅଲିଭା ସୋନାଙ୍କୁ ମୁଖ୍ୟଅତିଥି ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ । ଅନୁଷ୍ଠାନର ସଂପାଦକ ନାରାୟଣ ପ୍ରସାଦ ମିଶ୍ର ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ଗୁଡିକ ଉଚ୍ଚକୋଟିର ହୋଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ସୁଶ୍ରୀ ଆଇ.ଟି.ଆଇ.ରୁ ପ୍ରିନସିପାଲ ସନ୍ତୋଷ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.