ବଲାଙ୍ଗିର, (କେପିଏନ୍ଏସ୍) : ଆଭୂଷଣ ନାରୀକୁ ପୂର୍ଣ୍ଣତା ପ୍ରଦାନ କରିଥାଏ । ଆବହମାନ କାଳରୁ ଆଭୂଷଣ ନାରୀର ପ୍ରଥମ ରୁଚି ଓ ପସନ୍ଦ ରହିଆସିଛି । ଏହା ନାରୀର ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରିଥାଏ । ସୁନା, ରୁପା, ହୀରାର ପ୍ରମୁଖ ପ୍ରତିଷ୍ଠାନ ବସୁନ୍ଧରା ଜ୍ୱେଲର୍ସ ଭବାନୀପାଟଣା ସହରରେ ବ୍ୟବସାୟିକ ସଫଳତା ହାସଲ କଲାପରେ ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିର ପ୍ରମୁଖ ସହର ବଲାଙ୍ଗିରରେ ପରିଚାଳନା ନିର୍ଦ୍ଦେଶକ ମଳୟ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତା’ର ନୂତନ ଅଳଙ୍କାର ପ୍ରତିଷ୍ଠାନ ଉଦ୍ଘାଟିତ ହୋଇଯାଇଛି । ଅଳଙ୍କାର ପ୍ରତିଷ୍ଠାନର ଶୁଭାରମ୍ଭ ପରିଚାଳନା ନିର୍ଦ୍ଦେଶକଙ୍କ ମା’ଙ୍କ କର କମଳରେ ସମ୍ପାଦିତ ହୋଇଥିଲାବେଳେ ଏହାର ମୁଖ୍ୟ ଅତିଥି ଭାବରେ ଓଡିଶାର ପ୍ରସିଦ୍ଧ ଟେଲି ତାରକା ସୁଶ୍ରୀ ସସ୍ମିତା ଯୋଗଦେଇ ପ୍ରତିଷ୍ଠାନ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ଏଇ ପ୍ରତିଷ୍ଠାନରେ ସୁନା, ରୂପା, ହୀରାର ଗହଣା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି । ଅଳଙ୍କାର ଗୁଡିକର ଗୁଣବତ୍ତା ଉପରେ ଅଧିକ ପ୍ରାଧାନ୍ୟତା ଦିଆଯାଉଛି । ଅଳଂକାର ପ୍ରତିଷ୍ଠାନରେ ବିଶୁଦ୍ଧ ସୁନା କମ ମୂଲ୍ୟରେ ଓ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନରେ ଉପଲବ୍ଧ ହେବ ବୋଲି ଲୋକଙ୍କୁ ପ୍ରତିଷ୍ଠାନ ତରଫରୁ ପ୍ରତିଶୃତି ଦିଆଯାଇଛି । ଆଜିକାଲି ଶୁଦ୍ଧ ଓ ଗୁଣାତ୍ମକ ମାନର ସୁନା ସୁଲଭ ମୂଲ୍ୟରେ ମିଳିବା ସହଜ ନୁହେଁ ମାତ୍ର ବସୁନ୍ଧରା ଜ୍ୱେଲର୍ସ ବଲାଙ୍ଗିରବାସୀଙ୍କ ପାଇଁ ଏଇ ସୁବିଧା ଓ ସୁଯୋଗ ନେଇ ଆସିଛନ୍ତି । ଆଗାମୀ ଦିନରେ ଅଳଙ୍କାର ପ୍ରତିଷ୍ଠାନର ନୂତନ ଶାଖା ସମ୍ବଲପୁର ଓ ଜୟପୁର ସହରରେ ଖୋଲିବାକୁ ଯାଉଛି । ବଲାଙ୍ଗିର ସହରରେ ପ୍ରତିଷ୍ଠାନର ଶୁଭାରମ୍ଭ ଗ୍ରାହକଙ୍କ ମହଲରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଛି । ଆଗାମୀ ଦିନରେ ଅଳଙ୍କାର ପ୍ରତିଷ୍ଠାନଟି ସହରର ଏକ ଅଗ୍ରଣୀ ପ୍ରତିଷ୍ଠାନ ରୂପେ ପରିଗଣିତ ହେବ ବୋଲି ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।