ପୋଲିସ ଉପରେ ଆକ୍ରମଣ : ଏଏସଆଇ ଗୁରୁତର, ୨ ଅଟକ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁରରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଆକ୍ରମଣରେ ଲୋଇସିଂହା ଥାନାର ଏଏସଆଇ ଜୀବନାନନ୍ଦ ବେହେରା ଗୁରୁତର ହୋଇଛନ୍ତି । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଆଗଲପୁର ଘାସିପଡ଼ାର ଏକ ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏହି ଘଟଣାରେ ସଂପୃକ୍ତ ମହିଳା ଜଣକ ୧୧୨ କୁ ଫୋନ୍ କରି ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଆଗଲପୁର ପୋଲିସ ସମ୍ପୃକ୍ତ ବସ୍ତିକୁ ଯାଇଥିଲା । ହେଲେ ଆଗଲପୁର ପୋଲିସ ଦଳକୁ ସେହି ବସ୍ତିର ଲୋକେ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ଆଗଲପୁର ଓ ଲୋଇସିଂହା ପୋଲିସ ମିଳିତ ଭାବେ ସେହି ବସ୍ତିକୁ ଯାଇଥିବା ବେଳେ ପୁଣି ବସ୍ତି ଲୋକେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏଥିରେ ଲୋଇସିଂହା ଥାନାର ଏଏସଆଇ ଜୀବନାନନ୍ଦ ବେହେରା ଗୁରୁତର ହୋଇଛନ୍ତି । ପୋଲିସ ଟିମ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଚିକିତ୍ସା କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.