ତିଲେଇଝରକୁ ହରାଇ ସେମିର ଭୁତମୁଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମପଞ୍ଚାୟତ ଭୁତମୁଣ୍ଡା ଠାରେ ଷଷ୍ଠ ଜୟ ବୁଢ଼ାରଜା କ୍ରିକେଟ ଚତୁର୍ଥ ଦିନରେ ତିଳେଇଝର କୁ ହରେଇ ଭୁତମୁଣ୍ଡା ସେମିଫାଇନାଲରେ ପ୍ରବେଶ କରିଛି । ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ପାଇକମାଲ ବ୍ଲକ କଂଗ୍ରେସ ସଭାପତି ମହେନ୍ଦ୍ର ଖୁଣ୍ଟିଆ, ଭୂପେନ୍ଦ୍ର ସାହୁ, ଡିକେ ସାହୁ, ଅନିଲ ଦାଶ ଯୋଗ ଦେଇଥିଲେ । ସ୍କୋରର ଭାବରେ ମାଟୁ ପଟେଲ, ଶଶୀଭୂଷଣ ପଟେଲ ଓ କାଳିଆ ସେଠ ବିଶ୍ୱଜିତ ପ୍ରଧାନ ଖେଳ ପରିଚାଳନା କରିଥିଲେ । ଭରତ ଚନ୍ଦ୍ର ଧରୁଆ ଧାରବିବାରଣୀ ପ୍ରଦାନ କରିଥିଲେ । ନୂତନ ନାଗ, ଚକ୍ରଧର ପ୍ରଧାନ, ଅମୀୟ ପ୍ରଧାନ, ସୌମ୍ୟରଂଜନ ମହାନ୍ତି, ପ୍ରେମସଗାର ପ୍ରଧାନ, ଜୟକାନ୍ତ ମାଝୀ, ସୁଧୀର ନାଗ, ଭୋଜରାଜ ପଟେଲ ସହଯୋଗ କରିଥିଲେ । କାର୍ଯ୍ୟକାରୀ ସଭାପତି ଯଦୁମଣି ମାଝୀ ଆସନ୍ତାକାଲି ସେମିଫାଇନାଲ ଓ ଫାଇନାଲ ହେବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.