ଆୟୁର୍ବେଦ କଲେଜର ୪୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଆୟୁର୍ବେଦ କଲେଜର ୪୫ତମ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ସତ୍ୟ ଭୂଷଣ ସାହୁ ଅଧ୍ୟକ୍ଷତାରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଆଇଆଇଏମ ନିର୍ଦ୍ଦେଶକ ପ୍ରଫେସର ମହାଦେବ ଯଶପାଲ, ମୁଖ୍ୟବକ୍ତା ଭାବେ ଛତିଶଗଡ଼ ବୋର୍ଡ ଆର୍ୟୁବେଦ ମେଡିସିନ ଡା. ସଞ୍ଜୟ ଶୁକ୍ଲା, ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ପରୀକ୍ଷା ନିୟନ୍ତ୍ରକ ଡା. ଶ୍ୟାମ ଭୋଇ, ଅଭିରାମ ଠାକୁର, ସଞ୍ଜୁକ୍ତା ସେନ ଗୁପ୍ତା, ଅଖିଳେଶ ସାହୁ, ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରୋହିତ ମିଶ୍ର, ବିନୋଦ କୁମାର କାଲିଆ, ରାମରତନ ପୁରୋହିତ, ସତ୍ୟନାରାୟଣ ତ୍ରିପାଠୀ, ସୁଶିଲ ମହାପାତ୍ର, ଅନିଲ ନାୟକ ଯୋଗ ଦେଇଥିଲେ । କଲେଜର ଅଧ୍ୟକ୍ଷ ଡା. ଜଗବନ୍ଧୁ ମିଶ୍ର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ସମସ୍ତ ଅତିଥିମାନେ ନୃସିଂହନାଥ କଲେଜର ଆୟୁର୍ବେଦ ଚିକିତ୍ସା ପଦ୍ଧତି ଓ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତ ଥିବା ଔଷଧୀୟ ବୃକ୍ଷ ଓ ଝରଣା ପାଣିର ସୁବିନିଯୋଗ ହେଉଛି ବୋଲି ମତ ପ୍ରକାଶ କରିଥିଲେ । ଶ୍ରେୟାଶ୍ରୀ ତ୍ରିପାଠୀ, ଶ୍ର୍ରୁତିଶିଖା ମହାପାତ୍ର, ଜୁନୁଲି ବାବୁ ସଭା ପରିଚାଳନା କରିଥିଲେ । କଲେଜର ସମ୍ପାଦକ ମନୋଜ କୁମାର ତ୍ରିବେଦୀ ବାର୍ଷିକ ବିବରଣୀ ପଠନ କରିଥିଲେ । ସମସ୍ତ ଅତିଥି ଓ ପରିଚାଳନା କମିଟିର ସଭ୍ୟ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କଲେଜର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବାରୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ସ୍ମରଣିକା ଅମ୍ରିତା ଉନ୍ମୋଚନ କରାଯାଇଥିଲା । ମହା ବିଦ୍ୟାଳୟର ସମସ୍ତେ ସହଯୋଗ କରିଥିଲେ । ଶେଷରେ ଡା. ଅଭିରାମ ଠାକୁର ଧନ୍ୟବାଦ ଦେଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.