ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ତରଫରୁ ଏକ ପାଠ ଚକ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଠଚକ୍ରର ବିଷୟ ବସ୍ତୁ ଥିଲା “ପରବର୍ତ୍ତୀ ବିଶ୍ଵ ରାଜନୀତି ଓ ଏହାର ପ୍ରଭାବ ଭାରତ ବୈଦେଶିକ ନୀତି ଉପରେ” ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼. ସୁଶାନ୍ତ କୁମାର ଦାସଙ୍କ ତତ୍ଵାବଧାନରେ ରାଜନୀତି ବିଜ୍ଞାନ ବିଭାଗ ତୃତୀୟ ବର୍ଷ ଛାତ୍ର ତରୁଣ କୁମାର ମଲ୍ଲିକ ଓ ବିକ୍ରମ ମଲ୍ଲିକ ଏହି ସନ୍ଦର୍ଭ ପାଠ କରିଥିବା ବେଳେ ବିଭାଗୀୟ ଅଧ୍ୟାପିକା ଆଲିପାମା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶୈଖିକ ଅଧିକାରୀ ତେଜେଶ୍ୱର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଜଗନ୍ନାଥ ଡାକୁଆ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।