ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମପଞ୍ଚାୟତ ଭୂତମୁଣ୍ଡା ଗ୍ରାମରେ ଷଷ୍ଠ ଜୟ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଗ୍ରାମ୍ୟ କମିଟି ସଦସ୍ୟ ବୃନ୍ଦ ଜଗଦୀଶ ନାୟକ, ସୁବାଷ ଚନ୍ଦ୍ର ମହାନ୍ତି, ସତାର ମାଝୀ, ଲବ ପଟେଲ ନୃପରାଜ ମାଝୀ, ଅତିଥି ଭାବରେ ଯୋଗଦେଇ ଫିତାକାଟି ମ୍ୟାଚଟିକୁ ଉଦଘାଟନ କରିଥିଲେ । ପ୍ରଥମ ମ୍ୟାଚରେ ଭୁତମୁଣ୍ଡା ଓ କାଂସଡା ମଧ୍ୟରେ ହୋଇଥିଲା, ମ୍ୟାଚରେ ଭୁତମୁଣ୍ଡା ବିଜୟ ହୋଇଥିଲା । ଦ୍ଵିତୀୟ ମ୍ୟାଚରେ ଭୁତମୁଣ୍ଡା ଓ ଦର୍ଲିମୁଣ୍ଡା ମଧ୍ୟରେ ହୋଇଥିଲା, ଦର୍ଲିମୁଣ୍ଡା ବିଜୟୀ ହୋଇଥିଲା । ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ ଦର୍ଲିମୁଣ୍ଡା ଓ ଢେଙ୍କିମୁଣ୍ଡା ମଧ୍ୟରେ ହୋଇଥିଲା । ଦର୍ଲିମୁଣ୍ଡା ପ୍ରଥମେ ବ୍ୟାଟିଂ କରି ୭୧ ରନ ସଂଗ୍ରହ କରିଥିଲେ, କିନ୍ତୁ ଢେଙ୍କିମୁଣ୍ଡା ଦଳ ୪ ଓଭର ୪ ବଲ ୭୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ସ୍କୋରର ଭାବେ ଯଦୁମଣି ମାଝୀ, ଶଶୀଭୂଷଣ ପଟେଲ, ଏମ୍ପିଆର ଭାବେ ଜୟକାନ୍ତ ମାଝୀ, ହେମନ୍ତ ମାଝୀ, ସାର୍ଥକ ମହାନ୍ତି ତୁଲେଇଥିଲେ । ସୌମ୍ୟରଂଜନ ମହାନ୍ତି ଧାରାବିବରଣୀ ପ୍ରଦାନ କରିଥିଲେ । ଅମୀୟ ପ୍ରଧାନ, ଅଜିତ ପ୍ରଧାନ, ଦିବାକର ଧରୁଆ, ମାନସ ବଢ଼େଇ, ଆଦର୍ଶ ବିଶ୍ୱାଳ, ଗୌରବ ମାଝୀ, ସୌରଭ ପଟେଲ, ଭୁଜ ଶ୍ରୀଦର, ରାହୁଲ ନାଗ ପ୍ରମୁଖ ସଦସ୍ୟମାନେ ସହଯୋଗ କରିଥିଲେ ।