ସଂରକ୍ଷିତ ଜଙ୍ଗଲର ମାଟି ତଳୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ୱେଷଙ୍କ ଗଳିତ ମୃତଦେହ ଉଦ୍ଧାର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ୱେଷଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି । ତାଙ୍କୁ ସାଥୀ ତଥା ପୋଲିସ ସ୍କାନରରେ ଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଶୁକ୍ରୁ ହତ୍ୟା କରିଛନ୍ତି ବୋଲି ଏସ୍‌ପି ହରିଶ ବିଶି ସୂଚନା ଦେଇଛନ୍ତି । ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଅନ୍ୱେଷ ଏବଂ ତାଙ୍କ ସାଥୀ ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଚାହୁଁଥିଲେ । ହେଲେ ଏବେ ନେତୃତ୍ୱ ନେଉଥିବା ଶୁକ୍ରୁ ଏବଂ ଅନ୍ୟମାନେ ବିରୋଧ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗତ ଜାନୁଆରୀ ୨୯ରେ ଶୁକ୍ରୁ ଏବଂ ଅନ୍ୟମାନେ ମାରି ପୋତି ଦେଇଥିଲେ । ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ବିଷୟ ଏସପି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.