ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ପଞ୍ଚାୟତ ବରାଜୁରା ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ବୁଧବାର ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ଗ୍ରାମର ଶତାଧିକ ମହିଳା ସଙ୍କୀର୍ତ୍ତନ୍ୟ ବାଦ୍ୟ ସହ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ଗୁରୁବାର ସକାଳେ ନାମାରମ୍ଭ ହେବ ବୋଲି ଜଣାପଡିଛି । ଏହି ଷୋହଳ ପ୍ରହର ନାମଯଜ୍ଞରେ କର୍ତ୍ତା ରୂପେ ନିତ୍ୟାନନ୍ଦ ଛତ୍ରିଆ ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରା ଛତ୍ରିଆ, ପୂଜକ କାଶୀନାଥ ଦାସ, ଜପକ ଜୟପ୍ରକାଶ ଦାସ, ଶୁଭମ ରଞ୍ଜନ ଦାସ ଓ ସ୍ୱାଧୀନ ରଞ୍ଜନ ଦାସ ଦାୟିତ୍ୱ ନିର୍ବାହ କରୁଛନ୍ତି । ଆୟୋଜକ କମିଟି ସଭାପତି ଛବିରାମ କଟା, ସମ୍ପାଦକ ଟୁନୁ ନାଗ, ହସମୁଖ ଛତ୍ରିଆ, ଲକ୍ଷ୍ମୀଧର ବାଗ, ଗିରିଧାରୀ ଛତ୍ରିଆ, ଛବିଳ ବାଗ, ରବି ବାଗ, ଟଙ୍କଧର ବାଗ, କୁଶଧ୍ଵଜ ବାଗ, ତୁଲାରାମ ବାଗ ଓ ଯୁଜେଷ କେତକୀଙ୍କ ସହ ଗ୍ରାମବାସୀ ସହଯୋଗ କରୁଛନ୍ତି ।