csstore

ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସୋହେଲା ଡାକ ବଙ୍ଗଳା ଠାରେ ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବୈଠକ ଅସିତ୍ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜିଲ୍ଲା ଓ ବ୍ଲକ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ । କୋରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ଯୋଦ୍ଧାଙ୍କ ପାଇଁ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସବୁ ସାମ୍ବାଦିକ ଭାଇ ନିଜ ନିଜର ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ନିଜ ନିଜର ସୁବିଧା ଅସୁବିଧା କଥା ଉପସ୍ଥାପନ କରିଥିଲେ । ଏହା ସହିତ ୱେବ୍ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି ସଂଘର ନୂତନ ସଭାପତି ଭାବେ ଅସିତ୍ କୁମାର ସ୍ବାଇଁଙ୍କୁ ମନୋନୀତ କରାଯାଉଥିବା ବେଳେ ଉପ-ସଭାପତି ଭାବେ ଧୀରେନ୍ ମହାନ୍ତିଙ୍କୁ ମନୋନୀତ କରାଯାଇଛି । ସେହିପରି ସମ୍ପାଦକ ଭାବେ ବରିଷ୍ଠ ଯୁବ ସାମ୍ବାଦିକ ବଳରାମ ଦୀପ, ସହ-ସମ୍ପାଦକ ଯୁଧିଷ୍ଠିର ବାରିକ୍, କୋଷାଧ୍ୟକ୍ଷ ଭାବେ ସୁବାସ ଦୋରାଙ୍କୁ ସହମତି କ୍ରମେ ମନୋନୀତ କରାଯାଇଛି । ବବିତା ଦେବତା ଓ ଲୀଳାମୟ ବେହେରାଙ୍କୁ ମିଡ଼ିଆ ପ୍ରଭାରୀ ଏବଂ ବରିଷ୍ଠ ଆଇନଜୀବୀ ଆଶୁତୋଷ ରଥଙ୍କୁ ଆଇନ୍ ପରାମର୍ଶଦାତା ଭାବେ ସମସ୍ତଙ୍କ ସହମତି କ୍ରମେ ମନୋନୀତ କରାଯାଇଅଛି । ଏହି ସଭାରେ ସାମ୍ବାଦିକଙ୍କ ସମସ୍ୟା ଓ ଅଧିକାର ସମ୍ପର୍କରେ ଆଲୋଚନା ସହ ୱେବ୍ ମିଡ଼ିଆ ସାମ୍ବାଦିକଙ୍କୁ ସବୁବେଳେ ଅବହେଳା କରାଯାଉଥିବା ନେଇ ମତ ପ୍ରକାଶ ପାଇଥିଲା । ଏହାକୁ ନେଇ ସବୁ ୱେବ୍ ମିଡ଼ିଆ ସାମ୍ବାଦିକ ଭାଇ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ଆଖି ଆଗରେ ରଖି ସଭାପତିଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଅନୁସାରେ ସମସ୍ତ ସାମ୍ବାଦିକଙ୍କୁ ସମାନ ନଜରରେ ଦେଖିବା ସହ ୱେବ୍ ମିଡ଼ିଆ ସାମ୍ବାଦିକଙ୍କୁ ମଧ୍ୟ ସମାନ ସୁବିଧା ସୁଯୋଗ ଦିଆଯାଉ ବୋଲି ସଂଘ ଦାବୀ କରିଛି, ନଚେତ ଆଗାମୀ ଦିନରେ ସଂଘ ପକ୍ଷରୁ ଘୋର ବିରୋଧ କରାଯିବ ବୋଲି ସଂଘର ସଭାପତି କହିଛନ୍ତି ।

jayashree
Leave A Reply

Your email address will not be published.