oom

ବିପଦ ସଂକୁଳ ଅବସ୍ଥାରେ ଚାରପାଲି ଅଙ୍ଗନୱାଡି କେନ୍ଦ୍ର : ଖୋଲା ଯାଗାରେ ପାଠପଢା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଚାରପାଲି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି । ଛାତ ଦୁର୍ବଳ ହେବା ସଙ୍ଗେ ଛାତ ତଳୁ ଗେଟି ଉପୁଡି ପଡି ଲୁହା ରଡ ଦେଖାଯାଉଥିବା ବେଳେ ବସିବା ସମୟରେ ଗେଟି ଉପୁଡି ଛୋଟ ଛୁଆ ମାନଙ୍କ ଉପରେ ପଡୁଛି । ତେଣୁ ଆମେ ବାହାରେ ବସାଇ ପଢାଉଛୁଁ ବୋଲି ଅଙ୍ଗନୱାଡି କର୍ମୀ ପ୍ରକାଶ କରୁଛନ୍ତି । ଏ ପଟେ ଅଭିଭାବକମାନେ କେନ୍ଦ୍ରକୁ ଛୋଟ ଶିଶୁମାନଙ୍କୁ ପଠାଇବା ପାଇଁ ନାରାଜ । ୨ ବର୍ଷ ବିତି ଗଲାଣି ଏହି କେନ୍ଦ୍ରକୁ ଉପ ଜିଲ୍ଲାପାଳ ତଥା ସିଡିପିଓ ଏହି କେନ୍ଦ୍ରକୁ ପରି ଦର୍ଶନ କରି କେନ୍ଦ୍ରର ଅବସ୍ଥା ଉପଲବ୍ଧ କରି ପ୍ରଶାସନ ପକ୍ଷରୁ ମରାମତି ସକାଶେ ଦେଢ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ମାତ୍ର କେନ୍ଦ୍ର ଦୁର୍ବଳ ଅବସ୍ଥାରେ ଥିବାରୁ ମରାମତି କଲେ କିଛି ଲାଭ ହେବ ନାହିଁ ବୋଲି ଗ୍ରାମ୍ୟ କମିଟି ମରାମତି କରିନାହିଁ । ଏହି କେନ୍ଦ୍ରରେ ୩୪ ଜଣ ଶିଶୁ ପାଠ ପଢନ୍ତି । ଟୁଇଟର ମାଧ୍ୟମରେ ତଥା ଗଣମାଧ୍ୟମରେ ଏହି କେନ୍ଦ୍ରର ଅବସ୍ଥା ପ୍ରକାଶ ପାଇଥିଲା । ହେଲେ କିଛି ଫଳ ହେଲା ନାହିଁ । ଏଣୁ ଏହି ଅଙ୍ଗନୱାଡି ଘରକୁ ଭାଙ୍ଗି ନୁତନ ଭାବେ ଏକ ଘର ମଞ୍ଜୁର କରିବା ପାଇଁ ଉପରିସ୍ଥ ପ୍ରଶାସନ ନିକଟରେ ଗ୍ରାମର ୱାର୍ଡ ମେମ୍ବର ଭରତ ସାହୁ, ଡୋଲାମଣି ସାହା, ତ୍ରିଲୋଚନ ଚୈହାନ, ହେମନ୍ତ ସାହା, ଜିତ ନାଏକ, ପୌଲସ୍ତମ ନାଏକ, ରିଙ୍କୁ ସାହା, ଟେକଧର ସାହା, ଯଶୋବନ୍ତ ସାହୁ ସମେତ ଅଭିଭାବକ ମାନେ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.