ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା ଠାରେ ମହାସମାରୋହରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସଭା ଅନୁଷ୍ଠାନର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିଲା । ସଭାରେ ମଞ୍ଚାସୀନ ଅତିଥି ରୂପେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ. ନାରାୟଣ ମିଶ୍ର, କବି ସୁଧାକର ସାହୁ , ଗିରିଧାରୀ ତ୍ୟାଗୀ, କାର୍ତ୍ତିକ ଭୁଏ, ରୋହିତ କୁମାର ରଣା, ବୀର ତାଣ୍ଡି, ରଶ୍ମି ରଂଜନ ସାହୁ, ବିଜୟ ଦେବ ଜାନି, ଅନୀଲ କୁମାର ପଟେଲ, ସୁରେନ୍ଦ୍ର ବାଗ, ଗଗନ ରଣା, ବଇଚନ୍ଦ୍ର ରଣା, ବାବୁଲାଲ ବେହେରା ମଞ୍ଚାସୀନ ଥିଲେ । ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ଅବଧୂତ କୁଞ୍ଜବିହାରୀ ବାବାଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ତାପରେ ଛାତ୍ରଛାତ୍ରୀ ନିଜର ଅଭିଜ୍ଞତା ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତେ ଝୁମିଯାଇଥିଲେ । ପରିଶେଷରେ ଅନୁଷ୍ଠାନର ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ବିଦାୟ ଦିଆଯାଇଥିଲା ।

Leave A Reply

Your email address will not be published.