ବଙ୍ଗୋମୁଣ୍ଡା ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସହର ସ୍ଥିତ ପାତାଳେଶ୍ୱର ମହାଦେବ ମନ୍ଦିର ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଡ଼. ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଳସ ଯାତ୍ରା, ଶିବ ମନ୍ଦିରରେ ପୂଜାର୍ଚ୍ଚନା, ମହାରୁଦ୍ରାଭିଷେକ, ଗାୟତ୍ରୀ ଯଜ୍ଞ ସାମୁହିକ ଭାବେ ଅନୁଷ୍ଠିତ ହୋଇଥିଲା । ତତ୍ ସହିତ ବହୁ କୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ ପରିବେଷଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ପବିତ୍ର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପରେ ଅବଧୂତ କପିଳେନ୍ଦ୍ର ବାବା, ମୁଖ୍ୟବକ୍ତା ଭାବେ ଦିଲୀପ ସାହୁ, ବିଭାଗ ସହ ବୌଦ୍ଧିକ ପ୍ରମୁଖ କ୍ଷୀରସିନ୍ଧୁ ବାଗ, ସମାଜସେବୀ ବବିତା ଅଗ୍ରୱାଲ ବିଶିଷ୍ଟ ଅତିଥି ଭାବେ ଡ. ଇତିଶ୍ରୀ ମିଶ୍ର, ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପଟେଲ, ସୁନିଲ ଅଗ୍ରୱାଲ, ଗାୟତ୍ରୀ ଯଜ୍ଞର ପ୍ରମୁଖ ବିହାରୀ ସଗ୍ରିଆ, ଭାଗିରଥି ପୁଟେଲ, ବାଳକୃଷ୍ଣ ଭାଟି, ଚିଣ୍ଟୁ ପୁଟେଲ, ପୂର୍ବତନ ଅଧ୍ୟକ୍ଷା ରମ୍ଭା ମେହେର ଯୋଗଦାନ ଦେଇ ହିନ୍ଦୁ ସମ୍ମିଳନୀର ମହତ୍ତ୍ଵ ବିଷୟରେ ଆଲୋଚନା ସହ ଭାରତ ଦେଶର ହିନ୍ଦୁ ସଂସ୍କୃତି ସମସ୍ତଙ୍କ ମଙ୍ଗଳ କରିବା ସହ ବିଶ୍ଵର ନେତୃତ୍ୱ କରିବା ଶକ୍ତି ରଖେ ବୋଲି ପ୍ରକାଶ କରିଥିଲେ । ଥବିରଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁବାରି ପୁଞ୍ଜି, ହରେଶ କେତକୀ, ଉଦ୍ଧବ ସାହୁ, ଦୟା ରଣା, ବେଣୁଧର କୁମ୍ଭାର, ଉମେଶ ବାଗ, ଉଦ୍ଧବ ବାଗ, ଦିନେଶ ରଣା, ଲିପୁନ ସାହୁ, ରାହୁଲ ବାଗ ଓ ଅନେକ ସ୍ଵୟଂ ସେବକ ମନ୍ଦିର ପୂଜକ ଗଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂଜକ ରୂପରେ ପଣ୍ଡିତ ନାରାୟଣ ମିଶ୍ର, ଅନିଶ ପାଣିଗ୍ରାହୀ ଓ ପୂର୍ଣ୍ଣରଣା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତା ରୂପେ ସୁନିଲ ଅଗ୍ରୱାଲ, ଗାୟତ୍ରୀ ରଶ୍ମିରଂଜନ ପଟେଲ, ରଂଜନ ସରାଫ, ମଧୁ ବାରିକ, ତୁଳସୀ ବିଭାର ଓ ଅନେକ ଯୋଡ଼ି କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ।

Leave A Reply

Your email address will not be published.