ରାଧାମୋହନ ଦେବଙ୍କ ପୀଠସ୍ଥଳୀରେ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର୍ ଘୋରଡିଆ ଗ୍ରାମର ରାଧାମୋହନ ଦେବ ପୀଠସ୍ଥଳୀରେ ୧୨ତମ ବାର୍ଷିକ ଅଷ୍ଟପ୍ରହରୀ ନାମସଙ୍କୀର୍ତ୍ତନ ତିନି ଦିନ ଧରି ଅନୁଷ୍ଟିତ ହୋଇଥିଲା । ୬ଟି ନଦିଆ ସଙ୍କୀର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ । ନଦିଆ ସଂକୀର୍ତ୍ତନ ଧ୍ଵନି ସାଙ୍ଗକୁ ହରେକୃଷ୍ଣ, ହରେରାମ ଉଚ୍ଚାଋଣରେ ସମଗ୍ର ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହେବା ସହ ନଗର ପରିକ୍ରମା, ଦଧିଭାଣ୍ଡ ଭଙ୍ଗନ ଓ ଯମୁନା ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁଙ୍କ ସାମିଲ ହୋଇଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଘନିପୁର ଘୋରଡ଼ିଆ ଗ୍ରାମବାସୀ ପକ୍ଷରୁ ପ୍ରତିବର୍ଷ ଏହି ମହାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି ।

Leave A Reply

Your email address will not be published.