ରାଜଧାନୀରୁ ୪ ଡକାୟତ ଗିରଫ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀରୁ ୪ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଶନିବାର ରାତିରେ ୪ ଜଣ ଡକାୟତ ମାନେ ଡକାୟତି ଯୋଜନା କରୁଥିବା ବେଳେ ସ୍ପେଶାଲ ସ୍କ୍ବାଡ ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ମିଳିତ ଭାବେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛ‌ନ୍ତି । ଗିରଫ ପରେ ସେମାନଙ୍କ ନିକଟରୁ ଗୋଟିଏ ଏୟାର ବନ୍ଧୁକ, ଖଣ୍ଡା, ଭୁଜାଲି ସହ ମାରଣାସ୍ତ୍ର ଜବତ ହୋଇଥିବା ସହ ଗହଣା ମଧ୍ୟ ଡକାୟତ ମାନ‌ଙ୍କ ଠାରୁ ଜବତ କରାଯାଇଛି ।

Leave A Reply

Your email address will not be published.