oom

ବିଶ୍ୱ କର୍କଟ ଦିବସ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ଦ୍ବାରା ବିଶ୍ୱ କର୍କଟ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଓ ନାଟକର ଆୟୋଜନ ହୋଇଥିଲା । ଏହି କାର୍ୟ୍ୟକ୍ରମକୁ ସକାଳ ୯ ଟାରେ ମହାବିଦ୍ୟାଳୟର ସେକ୍ରେଟାରୀ ମନୋଜ କୁମାର ତ୍ରିବେଦୀ ସବୁଜ ପତାକା ଦେଖାଇ ଆରମ୍ଭ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଆୟୁର୍ବେଦ ଚିକିତ୍ସା ବିଶେଷଜ୍ଞ ଡ଼ଃ ଅଭିରାମ ଠାକୁର, ଡ଼ଃ ସୁଶାନ୍ତ କୁମାର ସାହୁ, ଡ଼ଃ ମନୋଜ ବେହେରା ଏବଂ ଡ଼ଃ ସତ୍ୟବ୍ରତ ଚୌହାନ ଛାତ୍ରଛାତ୍ରୀ ମାନଙ୍କ ସହ ଉପସ୍ଥିତ ରହି ଶ୍ରୀ ନୃସିଂହନାଥ ଧର୍ମଶାଳାରୁ ସାପ୍ତାହିକ ବଜାର ପର୍ୟ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ । ଦ୍ବିତୀୟ ଓ ତୃତୀୟ ବ୍ୟବସାୟିକ ବର୍ଷର ଛାତ୍ରୀମାନେ ଲୋକଙ୍କୁ କର୍କଟ ରୋଗ ବିଷୟରେ ସଚେତନ କରିବା ପାଇଁ ଏକ ପଥପ୍ରାନ୍ତ ନାଟକର ମଧ୍ୟ ଆୟୋଜନ କରିଥିଲେ ।

jittmm
Leave A Reply

Your email address will not be published.