ଠିକାଦାର ସଂଘର ପ୍ରେସମିଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘ ତରଫରୁ ଏକ ପ୍ରେସମିଟର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଦୁଇଟି ପ୍ରସଙ୍ଗ ଥିଲା ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘ ତରଫରୁ ସ୍ଥିର କରିଥିଲୁଁ । ଯେ ଅନ୍ୟ ଜିଲ୍ଲାର ଠିକାଦାରମାନେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୌଣସି ବି ବିଭାଗର ଟେଣ୍ଡର ପ୍ରକ୍ରିୟାରେ ଭାଗନେବେ ନାହିଁ । କେବଳ ବଲାଙ୍ଗିର ଜିଲ୍ଲାର କାମକୁ ବଲାଙ୍ଗିର ଜିଲ୍ଲାର ଠିକାଦାରମାନେ ଭାଗ ନେଇପାରିବେ ଏବଂ ନିଷ୍ପତ୍ତି ନିଆଗଲା ଯେ ବଲାଙ୍ଗିର ଜିଲ୍ଲାରେ ବାହାରୁଥିବା ସମସ୍ତ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ନିର୍ଦ୍ଧାରିତ ସରକାରୀ ସିଡୁଲଅଫ୍‌ ରେଟରେ ଟେଣ୍ଡର ଦାଖଲ କରିବେ । ବଲାଙ୍ଗିର ଜିଲ୍ଲାର କାମ କମ୍‌ ବାହାରୁଛି କିନ୍ତୁ ଠିକାଦାର ସଂଖ୍ୟା ଅଧିକ ଥିବାରୁ ଠିକାଦାର ସଂଘ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଯଦ୍ୱାରା ଆମ ଜିଲ୍ଲା ଠିକାଦାରମାନେ କାମ ପାଇଲେ ଆମ ଜିଲ୍ଲାର ଶ୍ରମିକମାନେ ନିଯୁକ୍ତି ପାଇପାରିବେ ଏବଂ ବଲାଙ୍ଗିର ଜିଲ୍ଲାର ଠିକାଦାରମାନେ ବି ରୋଜଗାରକ୍ଷମ ହୋଇପାରିବେ । ଏହି ସଭାରେ ଠିକାଦାର ସଂଘର ଅକ୍ଷୟ କୁମାର ତ୍ରିପାଠୀ, ପ୍ରତାପ ନନ୍ଦ, ଗୋପାଳ ଦାନୀ, ପ୍ରଫୁଲ୍ଲ ମିଶ୍ର, ଅରୁଣ ବେହେରା, ଦେବାଶିଷ ପୁରୋହିତ, ପ୍ରଭାତ ମାହାନା, ବିଶ୍ୱନାଥ ନାୟକ, ଅଭିଷେକ ପାଣିଗ୍ରାହୀ, ଅପ୍ରମିତ ପରିଚ୍ଛା, ପ୍ରଦୀପ ଦାଶ, ରାଧାରମଣ ବଗର୍ତ୍ତି, ଭବାନୀ ଶଙ୍କର ଦୀପ, ଗୋପାଳ ମିଶ୍ର, ଦିଲୀପ ମେହେର, ରାଜ ପାଢି, ଟୁଲୁ ପଟ୍ଟନାୟକ, ଅରୁଣ ନାଥ, ସାଗର ସଂଗମ ଶତପଥୀ, ଗୁଞ୍ଜ ଖାନ, ପ୍ରଦୀପ ତ୍ରିପାଠୀ ତଥା ବଲାଙ୍ଗିର ଜିଲ୍ଲାର ସମସ୍ତ ଠିକାଦାର ଉପସ୍ଥିତ ଥିଲେ ।

Leave A Reply

Your email address will not be published.