ଜୁଆ ଆଡ୍ଡା ଉପରେ ରାମପୁର ପୋଲିସର ଚଢ଼ାଉ

ସୁବର୍ଣ୍ଣପୁର/ରାମପୁର, (ରାଜ କିଶୋର ତ୍ରିପାଠୀ) : ଭିନ୍ନ ଭିନ୍ନ ସ୍ଥାନ ଜୁଆ ଆଡ୍ଡାରେ ଚଢାଉ କରି ଚାରିଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଣ୍ଡକିଟାଲ ଛକ ନିକଟରେ ଏକ ଜୁଆ ଆଡ୍ଡା ଉପରେ ରାମପୁର ପୋଲିସ ଚଢ଼ାଉ କରିଥିଲା । ସେଠାରୁ ଦୁଇଜଣ ବ୍ୟକ୍ତି ପଣ୍ଡକିଟାଲ ଗ୍ରାମର ନରସିଂହ ବାଗ ଓ ବିଦ୍ୟାଧର ପଧାନଙ୍କୁ ଗିରଫ କରିଥିବା ବେଳେ ତାଙ୍କ ପାଖରୁ ୨୨,୮୩୦ ଟଙ୍କା, ଦୁଇଟି ମୋବାଇଲ୍ ଓ ଜୁଆ ସାମଗ୍ରୀ ଜବତ କରିଛି । ସେହିପରି ଆଉ ଅନ୍ୟ ଏକ ସ୍ଥାନ ନାଇକେନ ପାଲି ଛକ ନିକଟରେ ଚଢ଼ାଉ କରି ଦୁଇଜଣ ରାମପୁର ଗ୍ରାମର ଘାସିରାମ ଭୋଇ, ହେମସାଗର ପଞ୍ଚ ବିଭାରକୁ ଗିରଫ କରିଛି ରାମପୁର ପୋଲିସ । ତାଙ୍କ ନିକଟରୁ ୩ ଟି ମୋବାଇଲ୍, ୫୮୭୦ ଟଙ୍କା ଜବତ କରିଛି । ରାମପୁର ପୋଲିସ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.