oom

ଜାମସେଠରେ କୋଭିଡ ଯୋଦ୍ଧୋଙ୍କୁ ଟୀକାକରଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ପରିସରରେ କୋଭିଡ ଯୋଦ୍ଧୋଙ୍କୁ ଟୀକାକରଣ କରଣ କରାଯାଇଛି। ମୁଖ୍ୟ ଅତିଥି ଭାବେ ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁକୁରାମୁଣ୍ଡା ଚିକିତ୍ସାଧିକାରୀ ସୌମ୍ୟରଞ୍ଜନ ଦାଶ, ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ତୁଷ କୁମାର ଚନ୍ଦ୍ରକାର, ବ୍ଳକ କାର୍ୟ୍ୟକ୍ରମ ପରିଚାଳକ ରେବତୀ ମୋହନ ଜେନା, ସ୍ଵାସ୍ଥ୍ୟ ପରିଦର୍ଶକ ମାଣ୍ଡୋସିଲ ଚନ୍ଦ୍ରଭାନୁ ଚନ୍ଦ୍ରକାର, ସ୍ଵାସ୍ଥ୍ୟ ପରିଦର୍ଶକା ମାଣ୍ଡୋସିଲ ପାଞ୍ଚାଳୀ ସୁନା, ଆୟୁଷ ଚିକିତ୍ସାଧିକାରୀ ଡଃ ଅନିତା ମିଶ୍ର ପ୍ରମୁଖ ଉପସ୍ଥିତ ଥାଇ ଟୀକାକରଣ ଶୁଭାରମ୍ଭ ହୋଇଥିଲା । ଏଥିରେ ଅଞ୍ଚଳର ସମସ୍ତ ସ୍ଵାସ୍ଥ୍ୟକର୍ମୀ, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ ତଥା ସହାୟିକାମାନଙ୍କୁ ଟୀକାଦାନ କରାଯାଇଥିଲା । ସ୍ଵାସ୍ଥ୍ୟକର୍ମୀ ଭ୍ରମର ପୁଝାରୀ, ପ୍ରଦୀପ ସାହୁ, ଉଷାବତୀ ଲୁହାର, ପଦ୍ମନୀ ପଣ୍ଡା, ସୁମିତ୍ରା ଶବର, ଆରତୀ ବାଗ, ତ୍ରିବେଣୀ ବାଗ ଉପସ୍ଥିତ ଥାଇ ଟୀକାଦାନ କରିଥିଲେ । ଏଥିରେ ମୋଟ ୯୪ ଜଣଙ୍କୁ ଟୀକାଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.