ପୌରାଧ୍ୟକ୍ଷାଙ୍କ ସମେତ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ସହିତ ସମସ୍ତ କାଉନସିଲରଙ୍କ ସଙ୍କଳ୍ପ : ଏବେ ବଲାଙ୍ଗିର ହେବ ସ୍ୱପ୍ନର ବଲାଙ୍ଗିର
ବଲାଙ୍ଗିର : ଆଜି ନୂତନ ବର୍ଷ ଏହି ଅବସରରେ ବଲାଙ୍ଗିର ପୌର ଅଧ୍ୟକ୍ଷା ନେଇଛନ୍ତି ବଡ଼ ପଦକ୍ଷେପ । କେମିତି ବଲାଙ୍ଗିରକୁ ଏକ ସ୍ୱପ୍ନର ବଲାଙ୍ଗିରରେ ଗଢି ତୋଳି ହେବ ସେ ଦିଗରେ ନୂତନ ବର୍ଷରେ ନୂତନ ଅଧ୍ୟାୟ ଆରମ୍ଭ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ପୌରପରିଷଦ ଓ ପୌରାଧ୍ୟକ୍ଷାଙ୍କ ସମେତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ସମସ୍ତ କାଉନସିଲରଙ୍କ ସଙ୍କଳ୍ପ ନେଇଛନ୍ତି । ବଲାଙ୍ଗିର ପୌର କାର୍ୟ୍ୟାଳୟରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସମେତ କାର୍ୟ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ସହିତ ସମସ୍ତ କାଉନସିଲରଙ୍କ ଉପସ୍ଥିତରେ ନୂତନ ବର୍ଷରେ ନୂତନ ସଂକଳ୍ପ ନେଇ ବଲାଙ୍ଗିରର ବିକାଶ ଓ ଉନ୍ନତି ପାଇଁ ଆଲେଚନା କରାଯାଇଥିବା ନେଇ ଜଣାପଡ଼ିଛି ।
