ସମରା ଗ୍ରାମ ଠାରେ ବୃତ୍ତିଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର : ପ୍ରଥମ ଏଜୁକେଶନ ଫାଉଣ୍ଡେସନ ଓ ଟିପିଡବ୍ଲ୍ୟୁଓଡ଼ିଏଲ୍‌ର ମିଳିତ ଉଦ୍ୟମରେ ସ୍ଥାନୀୟ ସମରା ଗ୍ରାମ ଠାରେ ବୃତ୍ତିଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମରା ସରପଞ୍ଚ ଗୁଲପ ସେଠ୍ ମୁଖ୍ୟ ଅତିଥି, ଏବଂ ୱାର୍ଡ ମେମ୍ବର ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତ୍ରିମ ବୁଦ୍ଧିମତା ଓ ମାନବ ସମାଜ ର ବିକାଶ ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ । ଅନୁଷ୍ଠିତ ସଭାକୁ ପ୍ରଥମ ଏଜୁକେସନ୍ ଫାଉଣ୍ଡେସନର କିସାନ୍ କୁମାର ଦାସ ପରିଚାଳନା କରିଥିବା ବେଳେ ଅନୁସୟା ବିଶ୍ୱାଳ ସ୍ୱାଗତ ସମ୍ଭାଷଣ ଓ ସ୍ଵର୍ଣ୍ଣଲତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସନତ ପଟେଲ, ମାନସ କୁମାର ସାହୁ, ରହିମ ରଞ୍ଜନ ଦେଓ ସହଯୋଗ କରିଥିବା ବେଳେ ବଲାଙ୍ଗିର ହେଲଥ୍ କେୟାର ଛାତ୍ରୀ ଓ ଗ୍ରାମବାସୀ ତଥା ଯୁବପିଢୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

Leave A Reply

Your email address will not be published.