ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୯ ତମ ବାର୍ଷିକ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ଓ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମର କଳାକାରମାନଙ୍କୁ ଉଚ୍ଛାହିତ କରିଥିଲେ । ଆୟୋଜିତ ସମାରୋହରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସାନ୍ଧ୍ୟ ସାଂସ୍କୃତିକ ସଭାରେ ବିଦ୍ୟାଳୟର ସାଧାରଣ ସମ୍ପାଦକ ସିଦ୍ଧାର୍ଥ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷା ବିକାଶ କ୍ଷେତ୍ରରେ ଅନନ୍ୟ ଅବଦାନର ପ୍ରଶଂସା କରିଥିଲେ । ଶିକ୍ଷା ବିକାଶ ସମିତି ଦକ୍ଷିଣ ସମ୍ଭାଗ ସଭାପତି ରୂପଶିଂ ରାଉତ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି, ଯେ ଲଳିତା ସରାବୁ, ଦେବକୀ ସୁନାନୀ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ । ବିଦ୍ୟାଳୟର ସହ ସମ୍ପାଦକ ସନ୍ତୋଷ ରଥ ଅତିଥି ପରିଚୟ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ବିଶ୍ଵ ଜୀବନ୍ ପାଢ଼ୀ ବିବରଣୀ ପାଠ କରିଥିଲେ । ବାରିଷ୍ଠ ଆଚାର୍ଯ୍ୟ ସୁଧାକର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।