oom

ବଜରଙ୍ଗଦଳ କ୍ଲବ ଦ୍ୱାରା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସରେଇକେଲା ପଞ୍ଚାୟତ ଅଧିନସ୍ତ ସୁକୁଲି ପାହାଡ ଗ୍ରାମରେ ବଜରଙ୍ଗଦଳ କ୍ରିକେଟ କ୍ଲବ ଦ୍ୱାରା ପ୍ରଥମ ବର୍ଷ ପାଇଁ ୧୪ ବର୍ଷରୁ କମ୍‌ ବୟସ ପିଳାଙ୍କ ପାଇଁ ଏକ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏଥିରେ ମୋଟ ଚାରୋଟି ପଞ୍ଚାୟତର ସର୍ବମୋଟ ୧୨ଟି ଦଳ ଭାଗନେଇଥିଲେ ଫାଇନାଲ ମ୍ୟାଚ ସରେଇକେଲା ଦଳ ଏବଂ କୁରମା ଦଳ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା । ଏଥିରେ ସରେଇ କେଲା ଦଳ ବିଜୟୀ ହୋଇଥିଲେ । ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବନମାଲି ରାଉତିଆ, କମଲାକାନ୍ତ ପଟେଲ, ଦୁଃଖନାଶକ ନାୟକ ଏବଂ କୃଷ୍ଣ ଚନ୍ଦ୍ର ପଟେଲ ଯୋଗଦାନକରି ସମସ୍ତ ଖେଳାଳି ତଥା ଆୟୋଜକଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଦଳକୁ ୩୦୦୦ ଟଙ୍କା ଏବଂ ଉପବିଜେତା ଦଳକୁ ୨୦୦୦ ଟଙ୍କା ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.