pr

ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ଚମ୍ପିଆନ୍

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ପହଣ୍ଡି ଗ୍ରାମ ଠାରେ ଦୀର୍ଘ ୨ ଦିନ ଧରି ପ୍ରଥମ ମାଁ ବାଞ୍ଜତଲିଏନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୮୦ ଟି ଦଳ ଅଂଶଗ୍ରହଣ କରି ତାଙ୍କ ଚମକପ୍ରଦ ଖେଳ ଦେଖାଇଥିଲେ । ପଦ୍ମପୁରର ହରିଶଙ୍କର ସିଂହ ଓ ଫିରୋଜ ଖାନ୍ ବିଜେତା ବୋଲି ଘୋଷିତ ପରେ ପହଣ୍ଡି ଗ୍ରାମର ଜିତୁ ପଟେଲ ଓ ଉପେନ୍ଦ୍ର ସାହୁ ଉପବିଜେତା ଭାବେ ବିଜୟ ମୁକୁଟ ପିନ୍ଧିବାରେ ସକ୍ଷମ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ସୈାମିତ୍ରୀ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ନବୀନ ମହାନନ୍ଦ, ନିରଞ୍ଜନ ରଣା, କୈାଶିକ ପାଣିଗ୍ରାହୀ, ଚିନ୍ତାମଣୀ ସାହୁ, ବୁଲୁ ପଟେଲ ଯୋଗଦେଇ ଖେଳାଳୀ ମାନଙ୍କ ମନୋବଳ ବଢାଇବା ସଙ୍ଗେସଙ୍ଗେ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ । ମାନସ ରଞ୍ଜନ ରଣା, ବିକ୍ରମ ପ୍ରଧାନ, ଚିକୁ ସାହୁ, ପିଙ୍କୁ ସାହୁ, ଶେଷଦେବ ସାହୁ, ସପନ ସାହୁ, ରୋଶନ ସାହୁ ପ୍ରମୁଖ ଖେଳ ପରିଚାଳନାରେ ସମ୍ପୂଣ୍ଣ ସହଯୋଗ କରିଥିଲେ । ଗ୍ରାମିଣ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ଶିତୁଆ କାକରରେ ମଧ୍ୟ ଉପଭୋଗ କରିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

nrusinghnath
Leave A Reply

Your email address will not be published.