ନ୍ୟୁୟର୍କ : ଏଲନ ମସ୍କଙ୍କ ସ୍ପେଶଏକ୍ସ ମିଶନ ମାର୍ଶକୁ ବୁଧବାର ପୁନର୍ବାର ଝଟକା ଲାଗିଛି । ସ୍ପେଶଏକ୍ସ ରକେଟର ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଏହା ବୈଷୟିକ ତ୍ରୁଟି ଯୋଗୁ କ୍ରାଶ ହେବା ସହ ଜଳି ଯାଇଥିଲା । ମସ୍କଙ୍କ କମ୍ପାନୀକୁ ଏହା ଦ୍ୱିତୀୟ ଝଟକା । ପୂର୍ବରୁ ଗତବର୍ଷ ଡିସେମ୍ବରରେ ମଧ୍ୟ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲ୍ୟାଣ୍ଡିଂ ସମସ୍ୟା ନେଇ ଆମକୁ ଆହୁରି କାର୍ଯ୍ୟ କରିବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସ୍ପେଶଏକ୍ସ ର୍ୟାକେଟ ଏସଏନ୯ ଟେକ୍ସାସରୁ ଆକର୍ଶ ମାର୍ଗକୁ ଛଡା ଯାଇଥିଲା । ୧୦ କିଲୋମିଟର ଉପରକୁ ଯିବା ପରେ ଏହା କିଛି ସମୟ ଶୂନ୍ୟରେ ରହିଥିଲା । ପରେ ଭୂପୃଷ୍ଠକୁ ଫେରିବା ବେଳେ ଜଳି ଯାଇଥିଲା । ସମ୍ପୂର୍ଣ୍ଣ ରକେଟକୁ ଷ୍ଟେନଲେସ ଷ୍ଟିଲରେ ତିଆରି କରାଯାଇଥିଲା ।
Prev Post