ଜିଲ୍ଲାପାଳଙ୍କ ଦ୍ୱାରା ଶିଶୁ ଝୁଲଣ କେନ୍ଦ୍ର ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ୟାଲେସ ଲାଇନ ସ୍ଥିତ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ମଙ୍ଗଳ ପାଠାଗାର, ସାଲେପାଲିର ଆୟୋଜନ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡକ୍ଟର ଅନୁପମା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲାପାଳ ଗୌରବ ଶିବାଜି ଇସଲ୍ ୱାରଙ୍କ ଦ୍ଵାରା ଶିଶୁ ଝୁଲଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅବାଞ୍ଛିତ ଶିଶୁମାନଙ୍କୁ ଅସୁରକ୍ଷିତ ସ୍ଥାନରେ ପରିତ୍ୟାଗ କରି ସେମାନଙ୍କୁ ଏହି ଝୁଲଣ କେନ୍ଦ୍ର ସୁରକ୍ଷିତ ପାଳନରେ ରହି ଶିଶୁର ଜୀବନ ବଞ୍ଚାଇବା । ଅଲୋଡ଼ା ହୋଇଥିବା ଶିଶୁମାନଙ୍କୁ ଫିଙ୍ଗି ଦିଅନ୍ତୁ ନାହିଁ, ଗୋପନରେ ଆସି ନିଜ ପରିଚୟ ନ ଦେଇ ସୁରକ୍ଷିତ ଭାବେ ଛାଡ଼ି ଦେଇ ଘଣ୍ଟି ସାଇରନ ବଜାଇ ଯାଆନ୍ତୁ । ଯଦ୍ୱାରା ଶିଶୁଟି ପୋଷ୍ୟ ସନ୍ତାନ ଭାବେ ଏକ ପରିବାର ତଥା ଏକ ପିତା ମାତା ପାଇପାରିବ । ଅଲୋଡ଼ା ଶିଶୁ ଆଉ କାହା ପାଇଁ ଯୌବନ ସଂଖାଳି ହୋଇପାରିବ । ଏହି ଅବସରରେ ଗ୍ରାମ ମଙ୍ଗଳ ପାଠାଗାରର ସଭାପତି ପଞ୍ଚାନନ ସାମଲ, ସମ୍ପାଦକ ଭୁବନେଶ୍ୱର ସାମଲ, କାର୍ଯ୍ୟ ନୀର୍ବାହି ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ତରଣି ସୁନା, ମୁଖ୍ୟ ଚିକିତ୍ସାଧିକାରୀ ରମେଶ ସାହୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସରୋଜ କୁମାର୍ ମେହେର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ସୁଧାଂଶୁ ଶେଖର କୁମ୍ଭାର, ଅରୁଣ ଖୁଆସ, ପ୍ରମୋଦ ବଗର୍ତ୍ତି, ହରିବନ୍ଧୁ ରାଉତ୍, ପ୍ରୋଗ୍ରାମ ମ୍ୟାନେଜର ଦେବାଶିଷ ପଟେଲ୍, ଅଧ୍ୟକ୍ଷା, ବି ବି ଏମ ସି ଏଚ୍ ର ମାନସୀ ପଣ୍ଡା, ପଲ୍ଲୀ ଆଲୋକ ପାଠାଗାରର ହିରାଲାଲ ମିଶ୍ର, ୱା ସି ଡି ଏ ର ଆନନ୍ଦିନୀ ରଥ, ଆଲିଶା ଚକ୍ରବର୍ତ୍ତୀ, ଶିଶୁ ମଙ୍ଗଳ ସମିତିର ଲିନା ବାବୁ, ଏସ୍ ଲତାଶ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ୍ ପରିବେକ୍ଷକ ଅଧିକାରୀ ଦିଗମ୍ବର କର ଝୁଲଣ କେନ୍ଦ୍ର ଉପରେ ଜଣାଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.